ନୂଆଦିଲ୍ଲୀ: ସିରିଆରେ ଗୃହଯୁଦ୍ଧ ପରେ ରାଷ୍ଟ୍ରପତି ବଶର ଅଲ ଅସଦ ରୁଷିଆ ଶରଣରେ ପଶିଛନ୍ତି । ଏହାରି ଭିତରେ ଏକ ବଡ଼ ଖୁଲାସା ହୋଇଛି । ରୁଷ ଯିବା ପୂର୍ବରୁ ଅସବ ପ୍ରାୟ ୨୦୦ ମିଲିୟନ ୟୁରୋ ସିରିଆରୁ ମସ୍କୋ ଟ୍ରାନ୍ସଫର କରିଛନ୍ତି । ୨୦୧୮ରୁ ସେ ଏହି ଅର୍ଥରାଷି ମସ୍କୋ ଟ୍ରାନ୍ସଫର ପ୍ରକ୍ରିୟା ଆରମ୍ଭ କରିଥିଲେ ।
ଗୃହଯୁଦ୍ଧ ଜାରି ରହିଥିବା ସମୟରେ ଅସଦ ବହୁ ପରିମାଣରେ ଅର୍ଥରାଶି ସିରିଆ ବାହାରକୁ ପଠାଇଥିବା ଜଣାପଡିଛି । କୁହାଯାଉଛି ପାଖାପାଖି ଦୁଇ ଟନ ଓଜନର ୧୦୦ ଓ ୫୦୦ ୟୁରୋର ନୋଟକୁ ମସ୍କୋ ସ୍ଥାନାନ୍ତର କରିଛନ୍ତି ଅସଦ । ଏହି ଅର୍ଥ ସିରିଆର ସେଣ୍ଟ୍ରାଲ ବ୍ୟାଙ୍କରୁ ରୁଷିଆର ରିଜର୍ଭ ବ୍ୟାଙ୍କକୁ ପଠାଯାଇଛି । ଏନେଇ ଚାଞ୍ଚଲ୍ୟକର ଖୁଲାସା ଅନ୍ତଜାତୀୟ ଗଣମାଧ୍ୟମରେ ହୋଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2024/12/16/yb26p96G2bs5HJi83604.jpg)