ମଥୁରା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ବୃନ୍ଦାବନର ବାଙ୍କେବିହାରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ମୁର୍ମୁ ବୃନ୍ଦାବନର ସୁଦାମା କୁଟୀ ବୁଲିଛନ୍ତି ଏବଂ ମଥୁରାର ଶ୍ରୀକୃଷ୍ଣ ଜନ୍ମସ୍ଥାନରେ ଦର୍ଶନ ଓ ପୂଜା କରିଛନ୍ତି। ମୁର୍ମୁ ଆଜି ବିଶ୍ବର ସବୁଠାରୁ ବିଳାସପୂର୍ଣ୍ଣ ଟ୍ରେନ୍ ମହାରାଜା ଏକ୍ସପ୍ରେସ୍ରେ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରି ପୂର୍ବାହ୍ନ ୧୦ଟାରେ ବୃନ୍ଦାବନ ରୋଡ୍ ରେଳ ଷ୍ଟେସନ୍ରେ ପହଞ୍ଚିଥିଲେ। ବୃନ୍ଦାବନରେ ତାଙ୍କୁ ମନ୍ତ୍ରୀ ଲକ୍ଷ୍ମୀ ନାରାୟଣ ଚୌଧୁରୀ ଏବଂ ମେୟର ବିନୋଦ କୁମାର ଅଗ୍ରୱାଲ ସ୍ବାଗତ କରିଥିଲେ। ରାଷ୍ଟ୍ରପତି ପ୍ରଥମେ ବାଙ୍କେ ବିହାରୀ ମନ୍ଦିରରେ ପୂଜାର୍ଚ୍ଚନା କରିବାପରେ ବୃନ୍ଦାବନର ନିଧିବନ ଏବଂ ସୁଦାମା କୁଟୀ ଆଶ୍ରମ ବୁଲିଥିଲେ। ଆଶ୍ରମରେ ପୂଜାର୍ଚ୍ଚନା କରିବାପରେ ରାଷ୍ଟ୍ରପତି ଏଠାରେ ପାରିଜାତ ଚାରା ରୋପଣ କରିଥିଲେ।
୫୦୦ ବର୍ଷ ପୁରୁଣା କୁବଜା କୃଷ୍ଣ ମନ୍ଦିରରେ ଏକ ସ୍ବତନ୍ତ୍ର ‘ମହା ଆରତୀ’ ଯୋଜନା କରାଯାଇଛି ଯେଉଁଠାରେ ବିଶ୍ବ ଶାନ୍ତି ଏବଂ ଗୁରୁତର ରୋଗରେ ପୀଡ଼ିତ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ପୂଜାର୍ଚ୍ଚନା କରାଯିବ ବୋଲି ପୁରୋହିତ କରିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ବୃନ୍ଦାବନରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସୁରକ୍ଷା ଦାୟିତ୍ବରେ ୪ ହଜାରରୁ ଅଧିକ ସୁରକ୍ଷାକର୍ମୀ ଏବଂ ଅଫିସର ମୁତୟନ ଥିଲେ।