ଲକ୍ଷ୍ନୌ: ୨ ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାମହିମ ଆଜିଠୁ ୨ ଦିନିଆ ଗସ୍ତରେ ଥିବା ବେଳେ ଆଜି ବରେଲିରେ ଯାଇ ପହଞ୍ଚିଛନ୍ତି । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ୟୁପି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ସ୍ବାଗତ କରିଥିଲେ ।

Advertisment

ତେବେ ଆଜି ଠାରୁ ରାଷ୍ଟ୍ରପତି ୨ ଦିନିଆ ଗସ୍ତରେ ଥିବା ବେଳେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ । ମିଳିଥିବା ସୂଚନା ଅନୁସାରେ ମହାମହିମ ବରେଲି ସ୍ଥିତ ଭାରତୀୟ ପ୍ରାଣୀ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ୧୧ତମ ସମବର୍ତ୍ତନ ସମାରୋହରେ ଯୋଗଦେବେ । ଯେଉଁଠାରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ଝାଡଖଣ୍ଡର ରାଜ୍ୟପାଳ ବି ସାମିଲ ହେବେ ।

ଏହାପରେ ମହାମହିମ ରାଷ୍ଟ୍ରପତି ଗୋରଖପୁର ଗସ୍ତରେ ଯିବେ । ସେଠାରେ ମଧ୍ୟ ୩ଟି ବଡ ବଡ କାର୍ଯ୍ୟକ୍ରମରେ ସାମିଲ ହେବେ । ୟୁପିର ପ୍ରଥମ ମହାଯୋଗୀ ଗୁରୁ ଗୋରଖନାଥ ଆୟୁଷ ବିଶ୍ବବିଦ୍ୟାଳୟ ରାଷ୍ଟ୍ରପତି ଉଦଘାଟନ କରିବାକୁ ଥିବା ବେଳେ ଗୋରଖନାଥ ମନ୍ଦିର ମଧ୍ୟ ପରିଦର୍ଶନ କରିବେ ରାଷ୍ଟ୍ରପତି । ତେବେ ମହାମହିମଙ୍କ ୨ ଦିନିଆ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।