ନୂଆଦିଲ୍ଲୀ: ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଟୁଇଟ୍। ରକ୍ଷାବନ୍ଧନର ଅବସରରେ ସେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଭାଇ ଓ ଭଉଣୀଙ୍କ ମଧ୍ୟରେ ପ୍ରେମ ଓ ପାରସ୍ପରିକ ବିଶ୍ୱାସର ଭାବନା ଉପରେ ଆଧାରିତ । ଏହିପର୍ବ ସମସ୍ତ ଭଉଣୀ ଓ ଝିଅଙ୍କ ପ୍ରତି ସ୍ନେହ ଓ ସମ୍ମାନର ଭାବନାକୁ ପ୍ରକାଶ କରିଥାଏ। ଏହାପରେ ରାଷ୍ଟ୍ରପତି କହିଛନ୍ତି, ସମସ୍ତ ଦେଶବାସୀ ଆମ ସମାଜରେ ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ସୁନିଶ୍ଚିତ କରିବା ପାଇଁ ସଂକଳ୍ପ ନେବା ଆବଶ୍ୟକ।
ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ମୁର୍ମୁ
/sambad/media/post_attachments/wp-content/uploads/2024/08/Untitled-94.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)