ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ କରି ଇତିହାସ ରଚିଛନ୍ତି। ଏହି ଐତିହାସିକ ମୁହୂର୍ତ୍ତରେ ବାୟୁସେନା ମୁଖ୍ୟ ମାର୍ଶାଲ ଏପି ସିଂହଙ୍କ ସମେତ ବାୟୁସେନାର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କ ଏହି ଉଡ଼ାଣ କେବଳ ତାଙ୍କର ସାହସୀ ଓ ପ୍ରେରଣାଦାୟୀ ନେତୃତ୍ୱର ପ୍ରତୀକ ନୁହେଁ, ବରଂ ବିଶ୍ୱସ୍ତରରେ ଭାରତର ବର୍ଦ୍ଧିତ ପ୍ରତିରକ୍ଷା ସାମର୍ଥ୍ୟ ଓ ‘ଆତ୍ମନିର୍ଭର ଭାରତ’ ସଂକଳ୍ପକୁ ମଧ୍ୟ ପ୍ରଦର୍ଶିତ କରୁଛି। 

Advertisment

ରାଷ୍ଟ୍ରପତିଙ୍କ ସହ ଅପରେସନ୍‌ ସିନ୍ଦୂରର ପାଇଲଟ୍‌। ସ୍କ୍ୱାଡ୍ରନ୍ ଲିଡର ଶିବାଙ୍ଗୀଙ୍କୁ କାବୁ କରିଥିବା ପାକିସ୍ତାନ ଦାବି କରିଥିଲା

ରାଷ୍ଟ୍ରପତି ମୁର୍ମୁଙ୍କ ସହ ସ୍କ୍ୱାଡ୍ରନ୍ ଲିଡର୍‌ ଶିବାଙ୍ଗୀ ସିଂହ ମଧ୍ୟ ରାଫେଲ୍‌ରେ ଉଡ଼ିଥିଲେ। ଶିବାଙ୍ଗୀ ହେଉଛନ୍ତି ଭାରତୀୟ ବାୟୁସେନାର ସେହି ଅଧିକାରୀ ଯାହାଙ୍କୁ ପାକିସ୍ତାନ ଅପରେସନ୍‌ ସିନ୍ଦୂର ସମୟରେ ଧରିଥିଲା ବୋଲି ପାକ୍‌ ଗଣମାଧ୍ୟମରେ ମିଥ୍ୟା ଦାବି କରାଯାଇଥିଲା। ପାକିସ୍ତାନ ଶିବାଙ୍ଗୀଙ୍କ ବିଷୟରେ ଅନେକ ମିଥ୍ୟା ପ୍ରଚାର କରିଥିଲା, ଯାହାକୁ ଏବେ ସ୍ପଷ୍ଟ ଭାବେ ଖଣ୍ଡନ କରାଯାଇଛି।