ନୂଆଦିଲ୍ଲୀ: ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ନେଇ ନିର୍ବାଚନ କମିଶନ ଆଗତ କରିଥିବା ଅଭିଯୋଗକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇ ଦେବା ସହ ଏହା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ରାଜ୍ୟପାଳ କଲ୍ୟାଣ ସିଂହଙ୍କର ଅଡ଼ୁଆ ବଢ଼ିବା ସହ କେନ୍ଦ୍ର ସରକାର ଏହି ଘଟଣାକୁ ନେଇ ହରଡ଼ଘଣାରେ ପଡ଼ିଯାଇଛି। କାରଣ ଏବେ ସମସ୍ତଙ୍କ ଦୃଷ୍ଟି ଏବେ କେନ୍ଦ୍ର ସରକାରଙ୍କର କାର୍ଯ୍ୟାନୁଷ୍ଠାନ ଉପରେ ରହିଛି।
ଉଲ୍ଲେଖଯୋଗ୍ୟ, ଏକ ଅଦ୍ଭୁତପୂର୍ବ ଘଟଣାକ୍ରମରେ ଦେଶର ନିର୍ବାଚନ କମିଶନ ଗତ ମଙ୍ଗଳବାର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରସ୍ଥ ହୋଇ ରାଜସ୍ଥାନ ରାଜ୍ୟପାଳଙ୍କ ବିରୋଧରେ ଫେରାଦ ହୋଇଥିଲେ। ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜ ପଦମର୍ଯ୍ୟାଦାର ଅପବ୍ୟବହାର କରି ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରିବା ସହ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରଥିଲେ ନିର୍ବାଚନ କମିଶନ।
/sambad/media/post_attachments/wp-content/uploads/2019/04/KalyanSingh-300x225.jpg)
ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହ ନିଜ ପଦମର୍ଯ୍ୟାଦା ଓ ଗାରିମାକୁ ଭୁଲିଯାଇ ଗତ ମାର୍ଚ୍ଚ ୨୫ ତାରିଖରେ ଖୋଲାଖୋଲି ଭାବେ ବିଜେପି ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ରାଜ୍ୟପାଳ ସିଂହ କହିଥିଲେ, ‘ମୁଁ ଜଣେ ଦଳୀୟ କର୍ମୀ ଅନ୍ତରିକ ଭାବେ ଚାହୁଁଛି ଯେ ଚଳିତ ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରୁ ଏବଂ ନରେନ୍ଦ୍ର ମୋଦି ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଉଭୟ ରାଷ୍ଟ୍ର ସମାଜର ହିତ ଦୃଷ୍ଟିରୁ ଦେଶରେ ବିଜେପି ସରକାର ଗଢ଼ିବା ସହ ନରେନ୍ଦ୍ର ମୋଦି ଆଉଥରେ ଦେଶର ପ୍ରଧାନମନ୍ତ୍ରୀ ହେବା ନିହାତି ଜରୁରୀ’। ତେବେ ରାଜ୍ୟପାଳ ସିଂହଙ୍କର ବିଜେପି ସପକ୍ଷରେ ଏପ୍ରକାର ନିର୍ବାଚନ ପ୍ରଚାର ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ବୋଲି ଅଭିଯୋଗ କରି ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ପାଇଁ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ ନିର୍ବାଚନ କମିଶନ।
/sambad/media/post_attachments/wp-content/uploads/2019/04/EC-300x225.jpg)
ତେବେ, ବିଦେଶ ଗସ୍ତରେ ଥିବା ରାଷ୍ଟ୍ରପତି କୋବିନ୍ଦ ଆଜି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲାପରେ ରାଜସ୍ଥାନ ରାଜ୍ୟପାଳ କଲ୍ୟାଣ ସିଂହଙ୍କ ବିରୋଧରେ ନିର୍ବାଚନ କମିଶନ ଆଗତ କରିଥିବା ଅଭିଯୋଗକୁ କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ ନିକଟକୁ ପଠାଇ ଦେବା ସହ ଏହା ଉପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଏହା ପୂର୍ବରୁ ଅନ୍ୟ କୌଣସି ରାଜ୍ୟପାଳଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ନେଇ ରାଷ୍ଟ୍ରପତିଙ୍କ ନିକଟରେ ଅଭିଯୋଗ ଆଗତ ହୋଇ ନଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/ramnath-1.jpg)