୪୭ ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ପଦ୍ମ ପୁରସ୍କାର ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଦେଶର ୪୭ ପ୍ରମୁଖ ବ୍ୟକ୍ତିତ୍ବଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ସେମାନଙ୍କ ମଧ୍ୟରେ ମାଲାୟାଲାମ ଅଭିନେତା ‌ବିଶ୍ବନାଥନ୍ ମୋହନଲାଲ୍‌(ପଦ୍ମଭୂଷଣ), ଅକାଳୀ ଦଳ ନେତା ସୁଖଦେବ ସିଂହ ଧିଣ୍ଡ୍‌ସା(ପଦ୍ମଭୂଷଣ) ଏବଂ ପ୍ରଖ୍ୟାତ ସାମ୍ବାଦିକ ସ୍ବର୍ଗତ କୁଲଦୀପ ନାୟର(ପଦ୍ମଭୂଷଣ) ପ୍ରମୁଖ ରହିଛନ୍ତି। ଏହି ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ। ଗତ ସାଧାରଣତନ୍ତ୍ର ଦିବସରେ ୧୧୨ ଜଣଙ୍କ ନାମ ବିଭିନ୍ନ ବର୍ଗର ପଦ୍ମ ସମ୍ମାନ ପାଇଁ ମନୋନୀତ ହୋଇଥିବା ଘୋଷଣା କରାଯାଇଥିଲା। ଆସନ୍ତା ୧୬ ତାରିଖରେ ଅନ୍ୟମାନଙ୍କୁ ପୁରସ୍କୃତ କରାଯିବ ବୋଲି ଗୃହ ମନ୍ତ୍ରାଳୟ ସୁତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର