ରାଷ୍ଟ୍ରପତିଙ୍କ ଛାତିରେ ଯନ୍ତ୍ରଣା, ଆର୍ମି ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ : ରା‌ଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ସକାଳେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଦିଲ୍ଲୀ ସ୍ଥିତ ସେନାର ଆର୍‌ଆର୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା‌ ଭୋଗିବାପରେ ରୁଟିନ୍‌ ଚେକ୍‌ଅପ୍‌ ପାଇଁ ଆର୍ମି ହସ୍ପିଟାଲ୍‌ ଯାଇଥିଲେ। ତାଙ୍କୁ ନିରୀକ୍ଷଣରେ ରଖାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି ବୋଲି ହସ୍ପିଟାଲ୍‌ ପକ୍ଷରୁ ଜାରି ବୁଲେଟିନ୍‌ରେ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ବାଂଲାଦେଶ ଗସ୍ତରେ ଥିବା ବେଳେ ରାଷ୍ଟ୍ରପତିଙ୍କ ଅସୁସ୍ଥତା ଖବର ଶୁଣି ତାଙ୍କ ପୁଅଙ୍କ ସହ ଫୋନ୍‌ରେ କଥା ହୋଇଛନ୍ତି । ରାଷ୍ଟ୍ରପତି କୋବିନ୍ଦଙ୍କର ସମ୍ପୂର୍ଣ୍ଣ ଚେକ୍‌ଅପ୍‌ ଏବଂ ପରୀକ୍ଷା ନିରୀକ୍ଷା ସରିବା ପର୍ଯ୍ୟନ୍ତ ସେ ହସ୍ପିଟାଲ୍‌ରେ ରହିବେ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର