କିବ୍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ କାର୍ଯ୍ୟକାଳର ଅନ୍ତିମ ଦିନରେ ରୁଷିଆ-ୟୁକ୍ରେନ ଯୁଦ୍ଧ ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକୁ ଅନୁମୋଦନ ଦେଇଚାଲିଛନ୍ତି। କିଛି ଦିନ ତଳେ ୟୁକ୍ରେନକୁ ଋଷ ବିରୋଧରେ ଲମ୍ବା ଦୂରତା ବିଶିଷ୍ଟ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ଅନୁମତି ଦେବା ପରେ ଆମେରିକା ଏବେ ୟୁକ୍ରେନକୁ ଆଣ୍ଟି-ପର୍ସନାଲ ଲ୍ୟାଣ୍ଡମାଇନ୍ ଯୋଗାଇବାକୁ ଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ୱାଶିଂଟନ ଖୁବଶୀଘ୍ର ଏହି ଆଣ୍ଟି-ପର୍ସନାଲ ମାଇନକୁ କିବକୁ ହସ୍ତାନ୍ତର କରିବ, କିନ୍ତୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ରୁଷୀୟ ସେନାକୁ ରୋକିବା ପାଇଁ ଏହାକୁ କେବଳ ୟୁକ୍ରେନ ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ଦିଆଯିବ। ଏହାବ୍ୟତୀତ ଜନବହୁଳ ଅଞ୍ଚଳରେ ଏହାକୁ ବ୍ୟବହାର କରିବାକୁ ଆମେରିକା ୟୁକ୍ରେନକୁ ଅନୁମୋଦନ ଦେଇନାହିଁ।
ୱାଶିଂଟନ ଖୁବଶୀଘ୍ର ଏହି ଆଣ୍ଟି-ପର୍ସନାଲ ମାଇନକୁ କିବକୁ ହସ୍ତାନ୍ତର କରିବ, କିନ୍ତୁ ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ରୁଷୀୟ ସେନାକୁ ରୋକିବା ପାଇଁ ଏହାକୁ କେବଳ ୟୁକ୍ରେନ ଅଞ୍ଚଳରେ ବ୍ୟବହାର କରିବାକୁ ଅନୁମତି ଦିଆଯିବ। ଏହାବ୍ୟତୀତ ଜନବହୁଳ ଅଞ୍ଚଳରେ ଏହାକୁ ବ୍ୟବହାର କରିବାକୁ ଆମେରିକା ୟୁକ୍ରେନକୁ ଅନୁମୋଦନ ଦେଇନାହିଁ।
ଆଣ୍ଟି-ପର୍ସନାଲ ଲ୍ୟାଣ୍ଡମାଇନ୍ ହେଉଛି ଶତ୍ରୁ ବିରୋଧରେ ଏକ ଭୂତଳ ଜାଲ, ଯାହାକୁ ଜଣେ ବ୍ୟକ୍ତି ନିକଟତର ହେଲେ ବିସ୍ଫୋରଣ କରାଯାଇପାରିବ। ସାଧାରଣତଃ ଭୂପୃଷ୍ଠ ତଳେ ପୋତି ହୋଇ ରହିଥିବା ଏହି ବିସ୍ଫୋରକ ଗୁଡ଼ିକ ଜଣେ ବ୍ୟକ୍ତି ଭିତରକୁ ପ୍ରବେଶ କରିବା ମାତ୍ରେ ବିସ୍ଫୋରଣ ହୋଇଯାଏ।