ଜାତୀୟ ସଂଗୀତ ପରିବେଷଣ ବେଳେ ପଡ଼ିଗଲେ ମହିଳା ପୁଲିସ୍‌ ଅଧିକାରୀ; ମଞ୍ଚରୁ ଓହ୍ଲାଇ ସ୍ୱାସ୍ଥ୍ୟାବସ୍ଥା ବୁଝିଲେ ରାଷ୍ଟ୍ରପତି ଓ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଦିଲ୍ଲୀରେ ଆୟୋଜିତ ହୋଇଥିବା ବିଜ୍ଞାନ ଭବନରେ ନ୍ୟାସନାଲ ସିଏସ୍‌ଆର ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଷ୍ଟ୍ରପତି ଅତିଥି ଥିବାରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଂଗୀତ ପରିବେଷଣ କରାଯାଇଥିଲା।

ଏହି ସମୟରେ ପ୍ରଥମ ଧାଡ଼ିରେ ଛିଡ଼ା ହୋଇଥିବା ଜଣେ ମହିଳା ପୁଲିସ୍‌ ଅଧିକାରୀଙ୍କ ଗୋଡ଼ର ଗଣ୍ଠି ମୋଡ଼ି ହୋଇଯାଇଥିଲା। ଗୋଡ ମୋଡି ହୋଇଯିବା ଫଳରେ ମହିଳା ପୁଲିସ ଅଧିକାରୀ ଜଣକ ତଳେ ପଡ଼ି ଯାଇଥିଲେ ଏବଂ ସେଠାରେ ହିଁ ବସି ରହିଥିଲେ। ଯେମିତି ହିଁ ଜାତୀୟ ସଙ୍ଗୀନ ପରିବେଷଣ ଶେଷ ହୋଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଞ୍ଚ ଉପରୁ ଓହ୍ଲାଇ ଉକ୍ତ ମହିଳା ପୁଲିସ ଅଧିକାରୀଙ୍କ ପାଖକୁ ଯାଇ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ମଞ୍ଚରୁ ଓହ୍ଲାଇ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ଦୃଶ୍ୟର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ସମ୍ବନ୍ଧିତ ଖବର