ଶିରିଡ଼ି ବିମାନବନ୍ଦର ଉଦ୍‌ଘାଟନ କଲେ ରାଷ୍ଟ୍ରପତି କୋବିନ୍ଦ

ଅହମଦନଗର: ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅହମଦନଗରଠାରେ ସୁଦୃଶ ଶିରିଡ଼ି ବିମାନବନ୍ଦର ଏବଂ ମୁମ୍ବାଇକୁ ଅଲିଆନସ୍‌ ଏୟାର୍‌ କମର୍ସିଆଲ୍‌ ଉଦ୍‌ଘାଟନୀ ବିମାନ ଚଳାଚଳର ଉଦ୍‌ଘାଟନ କରିଛନ୍ତି।

ମହାରାଷ୍ଟ୍ର ଏୟାର୍‌ପୋର୍ଟ ଡେଭେଲୋପ୍‌ମେଣ୍ଟ୍‌ କର୍ପୋରେସନ୍‌ (ଏମ୍‌ଏଡିସି) ଦ୍ୱାରା ବିକଶିତ ବିମାନ ବନ୍ଦରର ଉଦ୍‌ଘାଟନ ସହ ଆରମ୍ଭ ହୋଇଛି ବର୍ଷେ ଯାଏଁ ଚାଲିବାକୁ ଥିବା ଶ୍ରୀ ସାଇବାବାଙ୍କ ସମାଧିର ଶତବାର୍ଷିକୀ ଉତ୍ସବ। ଏଥିରେ ବିଶ୍ୱରୁ ପ୍ରାୟ ୧୧ ନିୟୁତ ଯାତ୍ରୀ ଯୋଗଦେବେ ବୋଲି ଆକଳନ କରାଯାଇଛି।

ସର୍ବ ସମ୍ପ୍ରଦାୟ ଦ୍ୱାରା ଉପାସିତ ସାଇବାବା ବୋଲି ପରିଚିତ ଜଣେ ବିଂଶ ଶତାବ୍ଦୀର ସନ୍ଥଙ୍କ ସମାଧି ମନ୍ଦିର ପାଇଁ ପଶ୍ଚିମ ମହାରାଷ୍ଟ୍ରରେ ଅବସ୍ଥିତ ଛୋଟ ସହରଟି ତୀର୍ଥସ୍ଥଳୀରୂପେ ବିଶ୍ୱ ବିଦିତ।

ପ୍ରାଥମିକଭାବେ ଦିନବେଳା ଗମନାଗମନ କରିବାକୁ ଡିଜିସିଏ ଦ୍ୱାରା ଅନୁମତି ପାଇଥିବା ବିମାନ ବନ୍ଦର ମୁମ୍ବାଇ ଏବଂ ସିରିଡ଼ି ମଧ୍ୟରେ ଯାତ୍ରା ସମୟ ୨୪୦ କିଲୋମିଟର୍‌ କମାଇ ଦେବ। ଛଅଘଣ୍ଟା ପରିବର୍ତ୍ତେ ଯାତ୍ରାକାଳ ମାତ୍ର ୪୫ ମିନିଟ୍‌ ହେବ।

ଉଦ୍‌ଘାଟନୀ ସ୍ଥଳରେ ମହାରାଷ୍ଟ୍ର ରାଜ୍ୟପାଳ ସି. ଭି. ରାଓ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ, ବିରୋଧୀଦଳ ନେତା ରାଧାକୃଷ୍ଣ ବିଖେ-ପାଟିଲ୍‌, ଏମ୍‌ଏଡିସିର ଉପସଭାପତି ଏବଂ ପରିଚାଳନା ନିର୍ଦେଶକ ସୁରେଶ କାକାନି ଏବଂ ଅନ୍ୟ ଶୀର୍ଷସ୍ତରୀୟ କେନ୍ଦ୍ର ସରକାରୀ ଏବଂ ରାଜ୍ୟ ସରକାରୀ ଅଧିକାରୀମାନେ ଉପସ୍ଥିତି ଥିଲେ।

ସମ୍ବନ୍ଧିତ ଖବର