ଦୀପାବଳି ଉପଲକ୍ଷେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଦୀପାବଳି ଉପଲକ୍ଷେ ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ରାଷ୍ଟ୍ରପତି ଟୁଇଟ୍‌ କରିଛନ୍ତି: ଦୀପାବଳିର ପବିତ୍ର ବେଳାରେ ନାଗରିକମାନଙ୍କୁ ଅଭିନନ୍ଦନ ଏବଂ ଶୁଭେଚ୍ଛା। ଚାଲନ୍ତୁ, ଏଇ ଦିନରେ ସ୍ନେହ, ଯତ୍ନ ଏବଂ ଆଦାନପ୍ରଦାନ କରି ସ୍ୱଳ୍ପ ସୌଭାଗ୍ୟବାନ ଏବଂ ଅଭାବୀ ଲୋକମାନଙ୍କ ଜୀବନରେ ସୁଖ ଆଣିବାକୁ ଉଦ୍ୟମ କରିବା।

ପ୍ରତ୍ୟୁଷରେ ପଠାଇଥିବା ଟୁଇଟ୍‌ରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି: ଏଇ ପାବନ ଉତ୍ସବ ସମୃଦ୍ଧି ଏବଂ ଉତ୍ତମ ସ୍ୱାସ୍ଥ୍ୟରେ ଲୋକମାନଙ୍କ ଜୀବନ ଆଲୋକିତ କରୁ ଏବଂ ଚାରିଆଡ଼େ ଆନନ୍ଦ ବିରାଜମାନ କରୁ।

ସମ୍ବନ୍ଧିତ ଖବର