ଜେଟ୍‌ଲି ଗୁରୁତର, ଏମ୍ସରେ ଭେଟିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ୯ ତାରିଖରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ଜେଟ୍‌ଲିଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ଜାଣିବା ପାଇଁ ଏମ୍ସ ପହଞ୍ଚିଥିଲେ। ଜେଟ୍‌ଲିଙ୍କୁ ଏକ ବିଶେଷଜ୍ଞ ଡାକ୍ତରୀ ଦଳ ଚିକିତ୍ସା‌ କରୁଛନ୍ତି। ଗତ ୯ ତାରିଖଠାରୁ ଜେଟ୍‌ଲିଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏମ୍ସ ପକ୍ଷରୁ‌ କୌଣସି ବୁଲେଟିନ୍‌ ଜାରି ହୋଇନାହିଁ। ତାଙ୍କ ସ୍ବାସ୍ଥ୍ୟାବସ୍ଥା‌ରେ କୌଣସି ଉନ୍ନତି ଘଟୁନଥିବା ଜଣାପଡ଼ିଛି। ଆଜି ରାଷ୍ଟ୍ରପତିଙ୍କ ଏମ୍ସ ଗସ୍ତ ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏବଂ ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ ଚୌବେ ମଧ୍ୟ ଉପସ୍ଥିତ ଥିଲେ। ଆଜି ଗୃହମନ୍ତ୍ରୀ ଅମିତ ଶାହ ଜିନ୍ଦ ଗସ୍ତରେ ଯିବା ପୂର୍ବରୁ ସକାଳେ ଜେଟ୍‌ଲିଙ୍କ ଘରେ ପହଞ୍ଚିଥିଲେ। ଗ୍ରେଟର କୈଳାସ ସ୍ଥିତ ଜେଟ୍‌ଲିଙ୍କ ବାସଭବନ ନିକଟରେ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସମ୍ବନ୍ଧିତ ଖବର