ନୂଆଦିଲ୍ଲୀ: ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷର ଆନନ୍ଦମୟ ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି। ନବବର୍ଷର ଆଗମନ ହେଉଛି ନୂଆ ସଙ୍କଳ୍ପ ଓ ଲକ୍ଷ୍ୟ ନେଇ ଅଗ୍ରସର ହେବାର ଅବସର।
ନବବର୍ଷ ୨୦୨୪ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ। ଆମ ଦେଶ ପ୍ରଗତୀରେ ଆମର ଅବଦାନ ଅବ୍ୟାହତ ରହୁ। ସମୃଦ୍ଧ ସମାଜ ଗଢ଼ିବା ଲାଗି ଜନସାଧାଣଙ୍କୁ ଆହ୍ବାନ ଦେଇ ରାଷ୍ଟ୍ରପତି ପୁଣି କହିଛନ୍ତି, ଚାଲନ୍ତୁ ନବବର୍ଷକୁ ସ୍ବାଗତ କରିବା ସହିତ ସମୃଦ୍ଧ ସମାଜ ଓ ଜାତି ଗଠନ ଲାଗି ଶପଥ ନେବା।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତଙ୍କ ପାଇଁ ‘ଚମତ୍କର ୨୦୨୪’ କାମନା କରିଛନ୍ତି। ‘ଏକ୍ସ’ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସମସ୍ତଙ୍କ ପାଇଁ ଚମତ୍କାର ୨୦୨୪ କାମନା କରୁଛି। ଏବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧି, ଶାନ୍ତି ଓ ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ।
ସେହିପରି, ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ୍ମଦିନ ହୋଇଥିବାରୁ ଆଉ ଏକ ‘ଏକ୍ସ୍’ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ‘ଏକ୍ସ୍’ କରି ସେ ଲେଖିଛନ୍ତି, ସମଗ୍ର ଭାରତରେ ବିମାନ ଚଳାଚଳ ସମ୍ବନ୍ଧୀୟ ଭିତ୍ତିଭୂମି ବୃଦ୍ଧି ଲାଗି ପ୍ରଚେଷ୍ଟା କରିଥିବା କ୍ୟାବିନେଟ୍ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନ ଶୁଭେଚ୍ଛା।