ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି ମୁର୍ମୁ, ରାଣୀଙ୍କ ଅନ୍ତ୍ୟେଷ୍ଟିରେ ଯୋଗ ଦେବେ

ନୂଆଦିଲ୍ଲୀ : ମହାରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଅନ୍ତ୍ୟେଷ୍ଟିରେ ଯୋଗ ଦେବାପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ଲଣ୍ଡନ ଗସ୍ତରେ ଯାଇଛନ୍ତି। ଆସନ୍ତା ୧୯ ତାରିଖରେ ରାଣୀଙ୍କ ରାଜକୀୟ ଅନ୍ତ୍ୟେଷ୍ଟି ସମ୍ପନ୍ନ ହେବ। ଏହି ଅବସରରେ ବିଭିନ୍ନ ବିଶ୍ବନେତାଙ୍କ ମଧ୍ୟରେ ରାଷ୍ଟ୍ରପତି ମୁର୍ମୁ ମଧ୍ୟ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ଭାରତ ସରକାରଙ୍କ ପକ୍ଷରୁ ସମବେଦନା ଜଣାଇବେ। ରାଷ୍ଟ୍ରପତି ଭବନ ପକ୍ଷରୁ ଆଜି ଏକ ଟ୍ବିଟ୍‌ କରି ଏହା କୁହାଯାଇଛି। ଉଲ୍ଲେଖଯୋଗ୍ୟ, ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ଗତ ସେପ୍ଟେମ୍ବର ୮ ତାରିଖରେ ୯୬ ବର୍ଷ ବୟସରେ ପରଲୋକ ହୋଇଥିଲା। ୱେଷ୍ଟମିନିଷ୍ଟର ଏବିରେ ରାଣୀଙ୍କ ଅନ୍ତ୍ୟେଷ୍ଟି ସମ୍ପନ୍ନ ହେବ।

ସମ୍ବନ୍ଧିତ ଖବର