ଗୁଜୁରାଟରେ ପ୍ରଧାନମନ୍ତ୍ରୀଙ୍କ ମାତାଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
ଅହମ୍ମଦାବାଦ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହୀରାବାଙ୍କୁ ତାଙ୍କର ଗାନ୍ଧୀନଗର ସ୍ଥିତ ବାସଭବନରେ ଭେଟିଛନ୍ତି। ସଂପ୍ରତି ଗତ ଶନିବାର ଠାରୁ ଏକ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ଗାନ୍ଧୀନଗର ନିକଟସ୍ଥ ରାଇସାନ୍ ଗ୍ରାମକୁ ଆସି ସେଠାରେ ଅବସ୍ଥାନ କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହୀରା ବାଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି କୋବିନ୍ଦଙ୍କ ସହ ତାଙ୍କ ପତ୍ନୀ ସବିତା କୋବିନ୍ଦ ମଧ୍ୟ ଉପସ୍ଥିତ ଥିଲେ। ଦୀର୍ଘ ଅଧଘଣ୍ଟା ଧରି ରାଷ୍ଟ୍ରପତି ଦମ୍ପତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହୀରା ବାଙ୍କୁ ସହ ଆଳାପ ଆଲୋଚନା କରିବା ସହିତ ତାଙ୍କର ସୁସ୍ଥ ଓ ନିରାମୟ ଜୀବନ କାମନା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
President Kovind met Hira Baa, mother of Prime Minister Shri Narendra Modi in Gandhinagar, Gujarat. The President conveyed his best wishes for her good health. pic.twitter.com/pXba8satJ3
— President of India (@rashtrapatibhvn) October 13, 2019
ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାତା ହୀରା ବା ଏବେ ଗାନ୍ଧୀନଗର ନିକଟସ୍ଥ ରାଇସାନ୍ ଗ୍ରାମରେ ତାଙ୍କର କନିଷ୍ଠ ପୁତ୍ର ପଙ୍କଜ ମୋଦୀଙ୍କ ସହ ରହୁଛନ୍ତି।