ଛାତିରେ କଷ୍ଟ ଅନୁଭବ କରିବାରୁ ଦିଲ୍ଲୀର ଆର୍ମି ହସ୍ପିଟାଲ୍‌ରେ ଭର୍ତ୍ତି ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ଛାତିରେ କଷ୍ଟ ଅନୁଭବ କରିବାରୁ ଆଜି ସକାଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀସ୍ଥିତ ‘ଆର୍ମି ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଛନ୍ତି ବୋଲି ଏକ ବିବୃତିରେ ଡାକ୍ତରଖାନାର କର୍ତ୍ତୃପକ୍ଷ କହିଛନ୍ତି।

ରାଷ୍ଟ୍ରପତିଙ୍କର ‘ରୁଟିନ୍‌ ଚେକ୍‌-ଅପ୍‌’ ଚାଲିବା ସହ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି।

ସମ୍ପ୍ରତି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।

 

ସମ୍ବନ୍ଧିତ ଖବର