ଏଣିିକି ଦେଶରୁ ଋଣ ନେଇ ଆଉ କେହି ବିଦେଶ ଖସି ଯାଇ ପାରିବେ ନାହିଁ: ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭଗୋଡା ଆର୍ଥିକ ଅପରାଧି ବିଧେୟକ ବିଲକୁ ମଞ୍ଜୁର କରିଥିବା ଜଣାପଡିଛି। ତେବେ ଏହି ଆଇନ ଆସିବାପରେ କୌଣସି ଅପରାଧୀ ଦେଶର ବ୍ୟାଙ୍କରୁ ଋଣ ନେଇ ବିଦେଶକୁ ଯାଇ ପାରିବେ ନାହିଁ। ଏହି ଆଇନ ବିଜୟ ମାଲ୍ୟା ଓ ନୀରବ ମୋଦି ଭଳି ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ।

ସୂଚନାଯୋଗ୍ୟ, ବିଜୟ ମାଲ୍ୟା ଓ ନୀରବ ମୋଦି ଯେଉଁଭଳି ଭାବରେ ଭାରତରୁ ଟଙ୍କା ନେଇ ବିଦେଶ ପଳାଇଛନ୍ତି ସେଥିରେ ଦେଶର ବ୍ୟାଙ୍କଗୁଡିକ ଅନେକ କ୍ଷତି ସହିଛନ୍ତି । ବର୍ତ୍ତମାନ ସମୟରେ ଉଭୟ ଦେଶ ଛାଡି ଚାଲିଯାଇଛନ୍ତି । ତେବେ ଉଭୟଙ୍କୁ କେନ୍ଦ୍ର ଯାଞ୍ଚ ବ୍ୟୁରୋ (ସିବିଆଇ) କରୁଛି । ଯେଉଁ ବ୍ୟକ୍ତିମାନେ ବ୍ୟାଙ୍କରୁ ଋଣ ଆଣୁଛନ୍ତି ସେମାନେ ସଠିକ ସମୟରେ ତାଙ୍କର ଟଙ୍କା ଫେରାଇବାର ଆବଶ୍ୟକତା ରହିଛି । ଏହି ଆଇନ ରାଜ୍ୟସଭାରେ ୨୦୧୮ ମସିହା ଜୁଲାଇ ୨୫ରେ ପାସ ହୋଇଥିଲା ଏବଂ ଲୋକସଭାରେ ଜୁଲାଇ ୧୯ ତାରିଖରେ ଏହାକୁ ପାସ କରାଯାଇଥିଲା ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସମୟରେ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱରେ ଥିବା ପୀୟୁଷ ଗୋଏଲ ଗୃହରେ କହିଥିଲେ ଯେ, ଆମ ଦେଶରୁ ଅନେକ ଲୋକ ଋଣ ନେଇ ବିଦେଶ ପଳାଉଛନ୍ତି। ତେଣୁ ଆମ ଦେଶର ଆର୍ଥିକ ଅବସ୍ଥା ଖରାପ ହେଉଛି । ଏପରି ଆଇନ ବଳରେ ଦେଶରୁ ଋଣ ନେଇ କେହି ଖସିଯାଇପାରିବେ ନାହିଁ ବୋଲି ଶ୍ରୀ ଗୋଏଲ କହିଥିଲେ ।

ସମ୍ବନ୍ଧିତ ଖବର