ଆର୍ମୀ ହସ୍ପିଟାଲରୁ ଏମ୍ସକୁ ସ୍ଥାନାନ୍ତର ହେଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା କଥା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଅଧିକ ପରୀକ୍ଷା ପାଇଁ ତାଙ୍କୁ ଆର୍ମୀ ହସ୍ପିଟାଲରୁ ଏମସ୍ କୁ ସ୍ଥାନାନ୍ତର କରାଯାଇଛି । ଏନେଇ ସେନାର ରିସର୍ଚ୍ଚ ଓ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଶୁକ୍ରବାର ଦିନ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଆର୍ମୀ ହସ୍ପିଟାଲର ମେଡିକାଲ ବୁଲେଟିନ୍ ରେ କୁହାଯାଇଛି କି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ତାଙ୍କୁ ଏମସ୍ ସ୍ଥାନାନ୍ତର କରାଯାଇଛି ।

ରାଷ୍ଟ୍ରପତି ଶୁକ୍ରବାର ଦିନ ଆର୍ମୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମେଡିକାଲ ବୁଲେଟିନ୍ ରେ କୁହାଯାଇଥିଲା କି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଏହାସହ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଶୁକ୍ରବାର ଦିନ ଆର୍ମୀ ହସ୍ପିଟାଲ ଯାଇ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଅନ୍ୟପଟେ ଶୁକ୍ରବାର ଦିନ ଏହି ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତିଙ୍କ ପୁଅଙ୍କ ସହ କଥା ହୋଇ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ ।
ସମ୍ବନ୍ଧିତ ଖବର