ସ୍ୱାଧୀନତା ଦିବସ-୨୦୧୯ ଉପଲକ୍ଷେ, ଆସନ୍ତାକାଲି ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆସନ୍ତାକାଲି ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦ ୭୩ତମ ସ୍ୱାଧୀନତା ଦିବସ ଉପଲକ୍ଷେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେବେ । ରାଷ୍ଟ୍ରପତିଙ୍କ ସମ୍ବୋଧନ ଆସନ୍ତାକାଲି ସନ୍ଧ୍ୟା ୭ଟାରୁ ଅଲ ଇଣ୍ଡିଆ ରେଡିଓର ସମସ୍ତ ଜାତୀୟ ନେଟୱାର୍କ ସହିତ ଦୂରଦର୍ଶନର ସମସ୍ତ ଚ୍ୟାନେଲରେ ହିନ୍ଦୀରେ ପ୍ରସାରିତ ହେବ । ପରେ ଇଂରାଜୀରେ ପ୍ରସାରଣ କରାଯିବ । ରାଷ୍ଟ୍ରପତିଙ୍କ ଉଦବୋଧନ ଦୂରଦର୍ଶନରେ ହିନ୍ଦୀ ଏବଂ ଇଂରାଜୀରେ ପ୍ରସାରଣ କରାଯିବା ପରେ ଆଂଚଳିକ ଭାଷାରେ ଆଂଚଳିକ ଚ୍ୟାନେଲଗୁଡ଼ିକରେ ପ୍ରସାରିତ ହେବ । ସନ୍ଧ୍ୟା ୮ଟାରୁ ଅଲ ଇଣ୍ଡିଆ ରେଡିଓର ଆଂଚଳିକ ନେଟୱାର୍କ ଜରିଆରେ ଆଂଚଳିକ ଭାଷାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସାରଣ କରାଯିବ ।

ସମ୍ବନ୍ଧିତ ଖବର