ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନକୁ ମଂଜୁରୀ ଦେଇଛନ୍ତି । ରାଷ୍ଟ୍ରପତି କିଛି ସମୟ ପୂର୍ବରୁ ପଞ୍ଜାବ ଗସ୍ତରୁ ଫେରିବା ପରେ ଏହି ଫାଇଲରେ ସ୍ୱାକ୍ଷର କରିଛନ୍ତି । ଏହା ସହିତ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଯାଇଛି । ଏହା ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗସ ସିଂ କୋସ୍ୟାରୀ ରାଷ୍ଟ୍ରପତି ଶାସନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । କେନ୍ଦ୍ର କ୍ୟାବିନେଟ ଏହି ସୁପାରିଶକୁ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଇଥିଲା । ତେବେ ରାଜ୍ୟପାଳ ସରକାର ଗଢିବା ଲାଗି ଅଧିକ ସମୟ ଦେଇନଥିବାରୁ ତା ବିରୋଧରେ ଶିବସେନା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ।
ରାଜ୍ୟପାଳ ଗତକାଲି ରାତିରେ ଏସିପିକୁ ସରକାର ଗଠନ ପାଇଁ ଡାକିଥିଲେ ଓ ମଙ୍ଗଳବାର ସଂଧ୍ୟା ସାଢେ ୮ଟା ସୁଦ୍ଧା ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ କରିବାକୁ ସମୟସୀମା ଧାର୍ଯ୍ୟ କରିଥିଲେ । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏନସିପି ରାଜ୍ୟପାଳଙ୍କୁ ଜଣାଇଥିଲା ଯେ ରାତି ସାଢେ ୮ଟା ସୁଦ୍ଧା ଏହା ଆବଶ୍ୟକ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରିପାରିବ ନାହିଁ । ଏଣୁ ରାଜ୍ୟପାଳ ନିଶ୍ଚିତ ହୋଇଗଲେ ଯେ କୌଣସି ଦଳ ସରକାର ଗଠନ ସ୍ଥିତିରେ ନାହାନ୍ତି । ଏହା ପରେ ସେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/President-Ram-Nath-Kovind-784x441.jpg)