ନୂଆଦିଲ୍ଲୀ : ଗତ କିଛି ବର୍ଷ ହେଲା ଜାତିଆଣ ହିଂସାକୁ ନେଇ ଅଶାନ୍ତ ରହୁଥିବା ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ଗତ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଏନ. ବିରେନ୍ଦ୍ର ସିଂଙ୍କ ଇସ୍ତଫା ପରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।
ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା ଏବଂ ଅର୍ଦ୍ଧସାମରିକ ବାହିନୀର ଅଧିକାରୀମାନେ ଆଜି ରାଜଭବନରେ ଏକ ବୈଠକ କରିଥିଲେ। ଏହି ସମୟରେ ଅଧିକାରୀମାନେ ତାଙ୍କୁ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ର ମୁତୟନ ଏବଂ ଅପରେସନ୍ କାର୍ଯ୍ୟକଳାପ ବିଷୟରେ ସୂଚନା ପ୍ରଦାନ କରିଥିଲେ।
ସମ୍ବିଧାନର ଧାରା ୩୫୬ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେତେବେଳେ ଏକ ରାଜ୍ୟ ସରକାର ସମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କାର୍ଯ୍ୟ କରିପାରିବେ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ହୃଦବୋଧ ହୁଏ ସେତେବେଳେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଏ । ବିଜେପିର ଉତ୍ତର-ପୂର୍ବ ପ୍ରଭାରୀ ତଥା ସାଂସଦ ସମ୍ବିତ ପାତ୍ର ବର୍ତ୍ତମାନ ମଣିପୁର ଗସ୍ତରେ ଅଛନ୍ତି ଏବଂ ବୁଧବାର (ଫେବ୍ରୁଆରି ୧୨, ୨୦୨୫) ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଦୁଇଥର ସାକ୍ଷାତ କରିଥିଲେ। ଚଳିତ ମାସ ପ୍ରାରମ୍ଭରେ ବିଧାନସଭା ବାଚସ୍ପତି ସତ୍ୟବ୍ରତଙ୍କୁ ଦିଲ୍ଲୀ ଡକାଯିବା ପରେ ମଣିପୁରରେ କ୍ଷମତା ପରିବର୍ତ୍ତନର ସଙ୍କେତ ସାମ୍ନାକୁ ଆସିବା ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/02/13/xLR0eSNeFVMObfIptlFi.jpeg)