ରାଷ୍ଟ୍ରପତି ପଞ୍ଜାବରୁ ଫେରିବା ପରେ ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନକୁ ମଂଜୁରୀ ଦେବେ

ମୁମ୍ବାଇ : ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ଲାଗି ହେବା ନିଶ୍ଚିତ ହୋଇଯାଇଛି । କିଛି ସମୟ ପୂର୍ବେ ରାଜ୍ୟପାଳଙ୍କ ସୁପାରିଶକୁ କେନ୍ଦ୍ର ସରକାର ରାଷ୍ଟ୍ରପତିଙ୍କ ମଂଜୁରୀ ପାଇଁ ପଠାଇଦେଇଛନ୍ତି । ତେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପଞ୍ଜାବ ଗସ୍ତରେ ଅଛନ୍ତି । ସଂଧ୍ୟା ସୁଦ୍ଧା ସେ ଦିଲ୍ଲୀ ଫେରିବା ପରେ ହିଁ ଏହି ଫାଇଲରେ ସ୍ୱାକ୍ଷର କରିବେ ।
ରାଜ୍ୟପାଳ ଗତକାଲି ରାତିରେ ଏସିପିକୁ ସରକାର ଗଠନ ପାଇଁ ଡାକିଥିଲେ ଓ ସଂଧ୍ୟା ସାଢେ ୮ଟା ସୁଦ୍ଧା ଆବଶ୍ୟକ ବିଧାୟକଙ୍କ ସମର୍ଥନ ଯୋଗାଡ କରିବାକୁ ସମୟସୀମା ଧାର୍ଯ୍ୟ କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ରାଜ୍ୟପାଳ କିପରି ଏହି ସମୟସୀମା ପୂର୍ବରୁ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ ?
ମିଳିଥିବା ସୂଚନାରୁ ଜଣାପଡିଛି ଯେ ଆଜି ଦିନ ସାଢେ ୧୧ଟା ସୁଦ୍ଧା ଏନସିପି ରାଜ୍ୟପାଳଙ୍କୁ ଜଣାଇଥିଲା ଯେ ରାତି ସାଢେ ୮ଟା ସୁଦ୍ଧା ଏହା ଆବଶ୍ୟକ ବିଧାୟକଙ୍କ ସମର୍ଥନ ତାଲିକା ପ୍ରଦାନ କରିପାରିବ ନାହିଁ । ଏଣୁ ରାଜ୍ୟପାଳ ନିଶ୍ଚିତ ହୋଇଗଲେ ଯେ କୌଣସି ଦଳ ସରକାର ଗଠନ ସ୍ଥିତିରେ ନାହାନ୍ତି । ଏହା ପରେ ସେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ କଲେ ।

ସମ୍ବନ୍ଧିତ ଖବର