କୋଭିଡ୍-୧୯ ସହାୟତା ପାଇଁ ୧୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଝିଅକୁ ସମ୍ମାନିତ କଲେ ରାଷ୍ଟ୍ରପତି ଟ୍ରମ୍ପ୍

ନୂଆଦିଲ୍ଲୀ: ଆମେରିକାରେ କରୋନାଭାଇରସ୍ ସଙ୍କଟ ସମୟରେ ନର୍ସ ଓ ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କୁ କୁକି ବାଣ୍ଟିବା ଓ ସ୍ବାସ୍ଥ୍ୟସେବାକାରୀଙ୍କ ପାଖକୁ ଦସ୍ତଖତ ଥିବା ଅଭିନନ୍ଦନ ପତ୍ର ପଠାଇଥିବା ଜଣେ ୧୦ ବର୍ଷୀୟ ଆମେରିକୀୟ-ଭାରତୀୟ ଝିଅକୁ ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ସମ୍ମାନିତ କରିଛନ୍ତି।

ଶ୍ରବ୍ୟା ଆନ୍ନାପ୍ପାରେଡ୍ଡୀ ନାମ୍ନା ସେ ବାଳିକା ହେଉଛି ଗାର୍ଲସ୍ ସ୍କାଉଟ୍ ଟ୍ରୁପ୍‌ର ସଦସ୍ୟ ଏବଂ ମେରିଲାଣ୍ଡ୍‌ସ୍ଥିତ ହେନୋଭର୍ ହିଲ୍ସ୍ ଏଲିମେଣ୍ଟାରି ସ୍କୁଲ୍‌ର ୪ର୍ଥ ଶ୍ରେଣୀର ଛାତ୍ରୀ। ତା’ର ପିତାମାତା ଆନ୍ଧ୍ରପ୍ରଦେଶର ବାସିନ୍ଦା।

ଗତ ଶୁକ୍ରବାର ଦିନ ରାଷ୍ଟ୍ରପତି ଟ୍ରମ୍ପ୍ ଓ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍ କରୋନାଭାଇରସ୍ ସଙ୍କଟର କେତେକ ଅଗ୍ରଣୀ ଯୋଦ୍ଧାଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ବେଳେ ଶ୍ରବ୍ୟାଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ।

ଗାର୍ଲସ୍ ସ୍କାଉଟ୍ ୧୦ ବର୍ଷୀୟ ସଦସ୍ୟା ଲୈଲା ଖାଁ, ଲରେନ୍ ମ୍ୟାଟ୍‌ନି ଏବଂ ଶ୍ରବ୍ୟା ସ୍ଥାନୀୟ ଡାକ୍ତର, ନର୍ସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀଙ୍କୁ ଗାର୍ଲସ୍ ସ୍କାଉଟ୍ କୁକିଜ୍‌ର ୧୦୦ଟି ପ୍ୟାକେଟ୍ ବାଣ୍ଟିଥିଲେ। ସ୍ବାସ୍ଥ୍ୟାସେବାକାରୀଙ୍କ ପାଇଁ ସେମାନେ ଦସ୍ତଖତ ସମ୍ବଳିତ ୨୦୦ଟି ଅଭିନନ୍ଦନ ପତ୍ର ମଧ୍ୟ ଲେଖିଥିଲେ।

ସମ୍ବନ୍ଧିତ ଖବର