ଭାରତ ଗସ୍ତ ସମୟରେ ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍: ବିଜୟ ରୁପାନି
ନୂଆଦିଲ୍ଲୀ: ଫେବ୍ରୁଆରି ମାସରେ ଭାରତ ଗସ୍ତ ସମୟରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ନୂତନ ‘ସାବରମତୀ ରିଭର୍ଫ୍ରଣ୍ଟ୍’ ପରିଦର୍ଶନରେ ଆସିବେ ବୋଲି ବୁଧବାର ଦିନ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୁପାନି କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦିଲ୍ଲୀର ଶାସ୍ତ୍ରୀନଗର ଠାରେ ବିଜେପି ନିମନ୍ତେ ଏକ ନିର୍ବାଚନ ପ୍ରଚାର ଶୋଭାଯାତ୍ରାରେ ସେ କହିଲେ, ମୋଦୀ ସାବରମତୀକୁ ଏସିଆର ସବୁଠୁ ନିର୍ମଳ ନଦୀରେ ରୂପାନ୍ତର କରିଛନ୍ତି। ‘ରିଭର୍ଫ୍ରଣ୍ଟ୍’ ପରିଦର୍ଶନ କରି ଜାପାନ ଓ ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀମାନେ ଆଚମ୍ବିତ ହୋଇଯାଇଥିଲେ। ଫେବ୍ରୁଆରି ମାସରେ ଆମେରିକୀୟ ରାଷ୍ଟ୍ରପତି ମଧ୍ୟ ଆସୁଛନ୍ତି। ସେ ବି ‘ରିଭର୍ଫ୍ରଣ୍ଟ୍’ ପରିଦର୍ଶନ କରିବେ।
ସାମାନ୍ୟ ସୂଚନା ଦେଇ ବିଜୟ ରୁପାନି କହିଲେ ଯେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ଗୁଜରାଟ ଗସ୍ତ ସମୟରେ ମୋତେରା ଷ୍ଟାଡିୟମ୍ରେ ‘ହାଉଡି ମୋଦୀ’ ଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇପାରେ।
ବିଦେଶୀ ରାଷ୍ଟ୍ରର ମୁଖ୍ୟମାନଙ୍କ ସହ ଆଲୋଚନାସ୍ଥଳୀ ଭାବେ ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦକୁ ହିଁ ଚୟନ କରୁଛନ୍ତି। ଚୀନ୍ର ରାଷ୍ଟ୍ରପତି ଜି ଜିନ୍ପିଙ୍ଗ୍ଙ୍କ ସମେତ ଅନ୍ୟାନ୍ୟ ଦେଶର ମୁଖ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ଅହମଦାବାଦରେ ହିଁ ଆଲୋଚନା କରିଥିଲେ।
ଆନୁଷ୍ଠାନିକ ଭାବେ ତାରିଖ ନିର୍ଦ୍ଧାରଣ ହୋଇ ନ ଥିଲେ ମଧ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଫେବ୍ରୁଆରି ୨୪ ରୁ ୨୬ ମଧ୍ୟରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି।