ଦିଲ୍ଲୀରେ ପହଞ୍ଚିଲେ ରାଷ୍ଟ୍ରପତି ଟ୍ରମ୍ପ ପରିବାର; ରାତି ବିତାଇବେ ହୋଟେଲ ମୌର୍ଯ୍ୟର ଚାଣକ୍ୟ ସୁଟ୍‌ରେ; ଜାଣନ୍ତୁ କ’ଣ ସବୁ ସୁବିଧା ରହିଛି ଏଠାରେ

ନୂଆଦିଲ୍ଲୀ: ଆଜି ମଧ୍ୟାହ୍ନରୁ ନିଜର ଦୁଇ ଦିନିଆ ଭାରତ ଗସ୍ତ ଆରମ୍ଭ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ସନ୍ଧ୍ୟାରେ ରାଜଧାନୀ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଜମହଲ ବୁଲିସାରିବା ରାଷ୍ଟ୍ରପତି ଟ୍ରମ୍ପ ସପରିବାରେ ଆଗ୍ରାରୁ ତାଙ୍କର ଏୟାର ଫୋର୍ସ ଓ୍ଵାନ ବିମାନରେ ଆସି ଦିଲ୍ଲୀର ପାଲାମ ବିମାନ ବନ୍ଦରରେ ଅବତରଣ କରିଛନ୍ତି। ପରେ ବିମାନ ବନ୍ଦରରୁ ସିଧା ସପରିବାରେ ଦିଲ୍ଲୀର ବିଳାସମୟ ହୋଟେଲ ଆଇଟିସି ମୌର୍ଯ୍ୟକୁ ଯିବା ସହ ସେଇଠାରେ ହିଁ ଟ୍ରମ୍ପ ତାଙ୍କ ପୂରା ପରିବାର ସହ ରାତି ବିତାଇବେ।

Op Edit

ଯାହା ଜାଣିବା ପାଇଁ ମିଳିଛି, ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କ ସମେତ ଝିଅ ଇଭାଙ୍କା ଓ ଜ୍ୱାଇଁ କୁଶର ମଧ୍ୟ ଏହି ହୋଟେଲର ସୁପ୍ରସିଦ୍ଧ ଚାଣକ୍ୟ ସୁଟ୍‌ରେ ଅବସ୍ଥାନ କରିବେ। ଭାରତର ଅତିଥି ନମ୍ବର ଏକ ଭାବେ ବିବେଚିତ ହେଉଥିବା ରାଷ୍ଟ୍ରପତି ଟ୍ରମ୍ପଙ୍କ ରହଣି ପାଇଁ ଏହି ହୋଟେଲର ଚାଣକ୍ୟ ସୁଟ୍‌କୁ ବଛାଯିବାର ବଡ କାରଣ ହେଉଛି ଏହା ବିଶ୍ୱସ୍ତରୀୟ ଏକ ବିଳାସମୟ ହେଟେଲ ସୁଟ୍‌। ଏଠାରେ ବିଶ୍ୱ ସ୍ତରୀରୟ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ଉପଲବ୍ଧ। ଏବଂ ହୋଟେଲ ଭିତରର ପରିବେଶ ଅତ୍ୟନ୍ତ ମନୋରମ ଓ ସ୍ୱଚ୍ଛ।

News Nation

ସେହିଭଳି ଏହି ହୋଟେଲର ଅନ୍ୟତମ ବୈଶିଷ୍ଟ୍ୟ ହେଉଛି ଏହାର ରେସ୍ତୋରାଁ ବୁଖାରା। କାଳେ, ରାଷ୍ଟ୍ରପତି ଟ୍ରମ୍ପଙ୍କ ପରିବାର ହୋଟେଲର ବୁଖାରା ରେସ୍ତୋରାଁରେ ଖାଇବାକୁ ଇଚ୍ଛା କରିବେ, ସେଥିପାଇଁ ମଧ୍ୟ ଏହି ରୋସ୍ତେରାଁରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୂର୍ବରୁ ଅବଶ୍ୟ ଏହି ରେସ୍ତୋରାଁରେ ଆମେରିକାର ଦୁଇ ପୂର୍ବତନ ରାଷ୍ଟ୍ରପତି ବିଲ୍‌ କ୍ଲିଣ୍ଟନ ଓ ବାରାକ୍‌ ଓବାମା ମଧ୍ୟ ଖାଇଛନ୍ତି।

News Nation

ତେବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତିଙ୍କ ରହଣିକୁ ଦୃଷ୍ଟିରେ ରଖି ହୋଟେଲ ମୌର୍ଯ୍ୟକୁ ମଧ୍ୟ ନବବଧୂ ବେଶରେ ସଜ୍ଜା ଯାଇଛି। ନୂଆ ନୂଆ ପେଟିଂ ସହ ଟ୍ରମ୍ପଙ୍କ ଆବଶ୍ୟକତା ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ ଦମ୍ପତି ହୋଟେଲର ୧୪ତମ ମହଲାରେ ଥିବା ଚାଣକ୍ୟ ସୁଟରେ ଅବସ୍ଥାନ କରିବେ। ଏହାର ଆକାର ହେଉଛି ୪୬୦୦ ବର୍ଗଫୁଟ। ଏଠାରେ ବେଡ ରୁମ ସମେତ ପ୍ରାଇଭେଟ ଡାଇନିଂ ରୁମ, ଷ୍ଟଡି ରୁମ, ବୈଠକ ପାଇଁ କନଫରେନ୍ସ ରୁମ ଏପରିକି ମିନି ସ୍ପା ସମେତ ଜିମର ସୁବିଧା ମଧ୍ୟ ରହିଛି। ଏହାବାଦ ଏହି ରୁମ୍‌ରେ ଥିବା ସ୍ୱତନ୍ତ୍ର ଫ୍ରିଜ୍‌ରେ ଡାଇଟ କୋକ ଓ ଚେରି ଭାନିଲାର ଆଇସକ୍ରିମ ମଧ୍ୟ ମହଜୁଦ୍‌ ରଖାଯାଇଛି। କାରଣ, ଏହି ଦୁଇ ଖାଦ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଅତ୍ୟନ୍ତ ପ୍ରିୟ।

ସେହିଭଳି ହୋଟେଲରେ ରାଷ୍ଟ୍ରପତି ଟ୍ରମ୍ପ ପହଞ୍ଚିବା କ୍ଷଣି ତାଙ୍କୁ ଏକ ବ୍ୟକ୍ତିଗତ ରୋଷେୟା ବା ସେଫ୍‌ ଯୋଗାଇ ଦିଆଯିବ। ଯାହାଫଳରେ ଟ୍ରମ୍ପଙ୍କ ଇଚ୍ଛା ମୁତାବକ ଖାଦ୍ୟ ସଙ୍ଗେ ସଙ୍ଗେ ପ୍ରସ୍ତୁତ କରାଯାଇ ପାରିବ।
ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ହୋଟେଲ ପରିସରର ଉଭୟ ଭିତରେ ଓ ବାହାରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏପରିକି ଭାରତୀୟ ଓ ଆମେରିକା ସେନାର ସୁରକ୍ଷାବଳୟ ମଧ୍ୟରେ ପୂରା ହୋଟେଲ ରହିଛି।

ଆଇଟିସି ମୋର୍ଯ୍ୟ ହୋଟେଲର ଚାଣକ୍ୟ ସୁଟରେ ରହିବାରେ ଟ୍ରମ୍ପ ହେବେ ଚତୁର୍ଥ ଆମେରିକୀୟ ରାଷ୍ଟ୍ରପତି। କାରଣ, ଟ୍ରମ୍ପଙ୍କ ପୂର୍ବରୁ ବିଲ୍‌ କ୍ଲିଣ୍ଟନ, ଜର୍ଜ ବୁଶ ଓ ବାରାକ ଓବାମା ଆଇଟିସି ମୋର୍ଯ୍ୟ ହୋଟେଲରେ ରହି ସାରିଛନ୍ତି। ତେବେ ଏହି ଅତ୍ୟାଧୁନିକ ସୁବିଧା ଥିବା ମୌର୍ଯ୍ୟ ହୋଟେଲର ଚାଣ୍ୟକ ସୁଟ୍‌ରେ ରାତିକ ବିତାଇବାର ଭଡ଼ା ହେଉଛି ୮ ଲକ୍ଷ ଟଙ୍କା।

ସମ୍ବନ୍ଧିତ ଖବର