ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଘରକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ‌ଘରେ ଆଡବାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଛନ୍ତି।

Advertisment

ଗତଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହରେ ଆଡଭାନୀ ଯୋଗ ଦେଇପାରି ନ ଥିଲେ। କାରଣ କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ନାହିଁ। ତେଣୁ ସେ ଘରେ ବିଶ୍ରାମ ନେଉଛନ୍ତି। ଏଭଳି ସମୟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଲାଲକୃଷ୍ଣ ଆଡଭାନୀ ଘରେ ପହଞ୍ଚି ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ଘଟଣାକୁ ଖୁବ ପ୍ରଶଂସା କରାଯାଉଛି।

ଚରଣ ସିଂ, ନରସିଂହ ରାଓ, କର୍ପୁରୀ ଠାକୁର ଏବଂ ସ୍ବାମୀନାଥନଙ୍କୁ ପୂର୍ବରୁ ସର୍ବୋଚ୍ଚ ନାଗରିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଥିଲା। ଗତଶନିବାର ଭାରତ ରତ୍ନ ପୁରସ୍କାରକୁ ଚୌଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ, ନରସିଂହ ରାଓଙ୍କ ପୁଅ ପି.ଭି ପ୍ରଭାକର ରାଓ, କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଏବଂ ଏମଏସ୍ ସ୍ବାମୀନାଥନଙ୍କ  ଝିଅ ନିତ୍ୟା ରାଓ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରହଣ କରିଛନ୍ତି।