ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଆସନ୍ତାମାସ ୧୮ ତାରିଖରେ ଅନୁଷ୍ଠିତ ହେବ। ଏହା ପୂର୍ବରୁ ପ୍ରାର୍ଥୀ ଚୟନ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେପି ନେତାମାନଙ୍କର ଏକ ବୈଠକ ଦଳର ସଭାପତି ଜେପି ନଡ୍ଡାଙ୍କ ବାସଭବନରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଦଳର ରାଜ୍ୟ ଶାଖା ଓ ସହଯୋଗୀମାନଙ୍କ ସମନ୍ବୟ ରଖିବା ପାଇଁ ବିଜେପି ପକ୍ଷରୁ ଏକ ୧୪ ଜଣିଆ ସମନ୍ବୟ କମିଟି ଗଠନ କରାଯାଇଛି। ଏହି କମିଟିରେ ୬ ଜଣ କେନ୍ଦ୍ରମନ୍ତ୍ରୀ, ୩ ଜଣ ବିଜେପି ସାଧାରଣ ସଂପାଦକ ଏବଂ ୫ ଜଣ ଦଳୀୟ କର୍ମକର୍ତ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଶ୍ବିନୀ ବୈଷ୍ଣବ, ଜି କିଷାନ ରେଡ୍ଡୀ, ଅର୍ଜୁନ ରାମ ମେଘୱାଲ, ବିନୋଦ ତାୱଡେ, ସିଟି ରବି, ଭି ଶ୍ରୀନିବାସ, ରାଜଦୀପ ରୟ, ସମ୍ବିତ ପାତ୍ର ଏବଂ ଗଜେନ୍ଦ୍ର ଶେଖାୱତ ରହିଛନ୍ତି। ଶେଖାୱତ ଉକ୍ତ କମିଟିର ଆବାହକ ରହିଛନ୍ତି। ରାଷ୍ଟ୍ରପତି ନିର୍ବାଚନ ସଂପର୍କରେ ପୂର୍ବରୁ ଦଳ ପକ୍ଷରୁ ସଭାପତି ଜେପି ନଡ୍ଡା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଆଲୋଚନା ଏବଂ ଜଣେ ସର୍ବସମ୍ମତ ପ୍ରାର୍ଥୀ ବାଛିବା ଦାୟିତ୍ବ ଦିଆଯାଇଛି। ଉଭୟ ନଡ୍ଡା ଏବଂ ରାଜନାଥ ପୂର୍ବରୁ ଶରଦ ପାୱାର, ମମତା ବାନାର୍ଜୀ, ନୀତୀଶ କୁମାର, ନବୀନ ପଟ୍ଟନାୟକ, ଫାରୁକ ଅବଦୁଲ୍ଲା ଏବଂ ଅନ୍ୟ କେତେକ ନେତାଙ୍କ ସହ ଆଲୋଚନା କରି ସାରିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ: ନଡ୍ଡାଙ୍କ ଘରେ ବିଜେପି ନେତାଙ୍କ ବୈଠକ
/sambad/media/post_attachments/wp-content/uploads/2022/06/Meeting-in-JP-Naddas-House-For-President-Election_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)