ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଦ୍ୱାରା ଏ ଅଞ୍ଚଳର ଲୋକମାନେ ଉପକୃତ ହେବେ : ରାଷ୍ଟ୍ରପତି

ନୂଆଦିଲ୍ଲୀ : ଜାମ୍ମୁ ଓ କଶ୍ମୀରରେ ଧାରା ୩୭୦ ପ୍ରତ୍ୟାହାର ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଂଚଳରେ ବିଭକ୍ତ କରାଯିବା ଦ୍ୱାରା ଏ ଅଂଚଳର ବିକାଶ ତ୍ୱରାନ୍ଵିତ ହୋଇପାରିବ । ସେମାନେ ଭାରତର ଅନ୍ୟ ଅଂଚଳର ଲୋକମାନଙ୍କ ପରି ସମାନ ଅଧିକାର ଓ ସୁବିଧା ସୁଯୋଗ ପାଇପାରିବେ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

୭୩ ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ଓ ଲଦାଖରେ ସରକାରଙ୍କ ପକ୍ଷରୁ ଯେଉଁ ପରିବର୍ତ୍ତନ କରାଯାଇଛି ତାହା ସେହି ଅଞ୍ଚଳର କଲ୍ୟାଣରେ ବିଶେଷ ସହାୟକ ହେବ । ଏହାଦ୍ୱାରା ସେହି ଅଞ୍ଚଳର ଜନସାଧାରଣ ଦେଶର ଅନ୍ୟାନ୍ୟ ଅଞ୍ଚଳର ନାଗରିକଙ୍କ ଭଳି ସମାନ ଅଧିକାର, ସୁଯୋଗ ଓ ସୁବିଧା ପାଇବେ । ସେମାନେ ମଧ୍ୟ ସମାନତାକୁ ୫ ଗୁରୁତ୍ୱ ଦେଉଥିବା ପ୍ରଗତିଶୀଳ ଆଇନ ଏବଂ ବ୍ୟବସ୍ଥା ଗୁଡ଼ିକର ଲାଭ ଉଠାଇପାରିବେ । ଶିକ୍ଷା ଅଧିକାର ଆଇନ ଲାଗୁ ହେବାପରେ ସବୁ ପିଲାଙ୍କ ପାଇଁ ଶିକ୍ଷା ଲାଭ ସୁନିଶ୍ଚିତ ହୋଇପାରିବ । ସୂଚନା ଅଧିକାର ମିଳିବା ପରେ ଏବେ ସେଠାକାର ଲୋକେ ଜନହିତ ସମ୍ବଳିତ ତଥ୍ୟ ପାଇପାରିବେ । ପାରମ୍ପରିକ ରୂପେ ବଞ୍ଚôତ ରହି ଆସିଥିବା ବର୍ଗର ଲୋକଙ୍କୁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ମିଳିବ । ଆହୁରି ମଧ୍ୟ ତତକାଳ ତିନି ତଲାକ୍ ଭଳି ପ୍ରଥାର ଅବସାନ ପରେ ସେଠାରେ ଥିବା ଆମ ଝିଅମାନଙ୍କୁ ନ୍ୟାୟ ମିଳିବ ଏବଂ ସେମାନେ ଭୟମୁକ୍ତ ଜୀବନଯାପନ କରିବାର ସୁଯୋଗ ପାଇବେ ।

ସେ କହିଛନ୍ତି ଯେ ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାର ସିଦ୍ଧାନ୍ତ ଉପରେ ଆମ ଦେଶ ଗଢ଼ି ଉଠିଛି । ଆମେ ପରସ୍ପରକୁ ସମ୍ମାନ ଦେଉ ଓ ପରସ୍ପରର ପରିଚୟକୁ ସ୍ୱୀକାର କରୁ । ଏଥିରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ, ଭାଷା, ଆଞ୍ଚଳିକତା ଆଦିର ସ୍ଥାନ ନ ଥାଏ ।

ସମ୍ବନ୍ଧିତ ଖବର