ରାଷ୍ଟ୍ରପତିଙ୍କ ମୋତିଆବିନ୍ଦୁ ଅସ୍ତ୍ରୋପଚାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଡାହାଣ ଆଖିରେ ରବିବାର ଦିନ ମୋତିଆବିନ୍ଦୁ ଅସ୍ତ୍ରୋପଚାର ହୋଇଛି। ଦିଲ୍ଲୀର ଆର୍ମି ହସ୍ପିଟାଲ (ରେଫରାଲ ଆଣ୍ଡ ରିସର୍ଚ୍ଚ)ରେ ରବିବାର ସକାଳେ ହୋଇଥିବା ଏହି ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି। ୬୪ ବର୍ଷୀୟା ଶ୍ରୀମତୀ ମୁର୍ମୁଙ୍କର ବାମ ପଟ ଆଖିର ମୋତିଆବିନ୍ଦୁ ଅସ୍ତ୍ରୋପଚାର ଗତମାସ ୧୬ ତାରିଖରେ ହୋଇଥିଲା।

ସମ୍ବନ୍ଧିତ ଖବର