ନୂଆଦିଲ୍ଲୀ : ୨୦୧୯ର ‘ପ୍ରେସିଡେଣ୍ଟ୍ସ ସାର୍ଟିଫିକେଟ୍ ଅଫ୍ ଅନର’ ଏବଂ ‘ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନ’ ରେ ସମ୍ମାନିତ ହେବେ ତିନି ଓଡିଆ ଭାଷା ବିଦ୍ବାନ। ଗତକାଲି ସ୍ବାଧୀନତା ଦିବସ ଅବସରରେ ଘୋଷଣା କରାଯାଇଥିବା ୨୦୧୯ର ୨୭ ଜଣ ‘ପ୍ରେସିଡେଣ୍ଟ୍ସ୍ ସାର୍ଟିଫିକେଟ୍ ଅଫ୍ ଅନର’ ପାଇଁ ମନୋନୀତ ହୋଇଥିବା ତାଲିକାରେ ସଂସ୍କୃତ ଭାଷା ପାଇଁ ପ୍ରଫେସର ଡ. ହରେକୃଷ୍ଣ ଶତପଥୀ ଓ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାରେ ପଣ୍ଡିତ ଡକ୍ଟର ଅନ୍ତର୍ଯାମୀ ମିଶ୍ର ସାମିଲ ଅଛନ୍ତି। ଚଳିତ ବର୍ଷର ମର୍ଯାଦାଜନକ ମହର୍ଷି ବଦ୍ରାୟନ ବ୍ୟାସ ସମ୍ମାନରେ ୧୮ ଜଣ ବିଭିନ୍ନ ଭାଷାର ବିଦ୍ବାନଙ୍କ ମଧ୍ୟରୁ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷା ପାଇଁ ଡକ୍ଟର ସୁବ୍ରତ କୁମାର ପୃଷ୍ଟିଙ୍କୁ ସମ୍ମାନିତ କରାଯିବ। ଉଲ୍ଲେଖଯୋଗ୍ୟ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷା ପାଇଁ ୨୦୧୬, ୨୦୧୭ ଓ ୨୦୧୮ରେ ଉଭୟ ପ୍ରେସିଡେଣ୍ଟସ୍ ସାର୍ଟିଫିକେଟ୍ ଅଫ୍ ଅନର ଏବଂ ମହର୍ଷି ବଦ୍ରାୟନ ବ୍ୟାସ ପୁରସ୍କାର ସକାଶେ କାହାକୁ ଚୟନ କରାଯାଇ ନଥିଲା। ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟାତା ପାଇବା ପରେ ପ୍ରଥମଥର ପାଇଁ ଚଳିତ ବର୍ଷର ପୁରସ୍କାର ତାଲିକା ତିନି ଓଡ଼ିଆ ଭାଷା ବିଦ୍ବାନ ସ୍ଥାନ ପାଇଛନ୍ତି।
ତିନି ଓଡ଼ିଆଙ୍କୁ ଶାସ୍ତ୍ରୀୟ ଭାଷା ସମ୍ମାନ
/sambad/media/post_attachments/wp-content/uploads/2019/08/EB7-BefUwAAgBJh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)