ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରକ୍ଷା ବନ୍ଧନ ପୂର୍ବ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ବାର୍ତ୍ତା ଦେଇଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ରକ୍ଷା ବନ୍ଧନ ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ରକ୍ଷା ବନ୍ଧନ ଭାଇ ପ୍ରତି ଭଉଣୀର ଭଲପାଇବା ଓ ସ୍ନେହର ଅଭିବ୍ୟକ୍ତି। ଏହା ସେମାନଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦୋହରାଇବାର ଅବସର। ସ୍ୱତଃସ୍ଫୂର୍ତ୍ତ ଭଲପାଇବା ଓ ପରିପୂରକତାର ପ୍ରତୀକ ରକ୍ଷା ବନ୍ଧନ ଲୋକଙ୍କୁ ଆପଣାର କରିଥାଏ। ଭାଇ ଓ ଭଉଣୀ ମଧ୍ୟରେ ପାରସ୍ପରିକ ବିଶ୍ୱାସର ଏହି ପର୍ବ ସମାଜରେ ମହିଳାମାନଙ୍କ ପ୍ରତି ସଦ୍ଭାବ ଓ ସମ୍ମାନକୁ ପ୍ରୋତ୍ସାହିତ କରୁ କାମନା କରୁଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି।

ସମ୍ବନ୍ଧିତ ଖବର