ଅଗ୍ନିଶମ କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପୁରସ୍କାର

୩ ଜେଲ କର୍ମୀଙ୍କୁ ମିଳିବ କରେକ୍ସନାଲ ସର୍ଭିସ୍ ମେଡାଲ

ନୂଆଦିଲ୍ଲୀ : ଅଗ୍ନିଶମ କ୍ଷେତ୍ରରେ ବିଶିଷ୍ଟ ସେବା ପାଇଁ ଓଡ଼ିଶାର ଭରତ ଭୂଷଣ ନାୟକଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ଅଗ୍ନିଶମ କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ତ୍ରିଲୋକ କୁମାର ବାବୁ, ଗୁଣଧର ଜେନା, ଦୟାନିଧି ମିଶ୍ର, ନିରଞ୍ଜନ ମନ୍ତ୍ରୀ, ବିଜୟ ନାରାୟଣ ପଣ୍ଡା ଓ ସର୍ବେଶ୍ୱର ମହାରଣାଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଏତଦ୍ ବ୍ୟତୀତ ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ପ୍ରଶଂସନୀୟ ସେବା ପାଇଁ ଅରୁଣ କୁମାର ଜେନା, ଏନ୍‌ ରାଜେନ୍ଦ୍ର ଦୋରା, ରମେଶ ଚନ୍ଦ୍ର ମହାନ୍ତି ଏବଂ ଲିଲି ପୃଷ୍ଟିଙ୍କୁ ଏହି ସମ୍ମାନ ମିଳିବ। ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ୫୬ ଜଣ ବ୍ୟକ୍ତିଙ୍କୁ ଅଗ୍ନିଶମ ସେବା କ୍ଷେତ୍ରରେ ପୁରସ୍କୃତ କରାଯିବ ।

ଏଥିମଧ୍ୟରୁ ବୀରତା ପାଇଁ ଜଣଙ୍କୁ, ବିଶେଷ ସେବା ପାଇଁ ୮ ଜଣଙ୍କୁ ଏବଂ ପ୍ରଶଂସନୀୟ ସେବା ପାଇଁ ୪୭ ଜଣଙ୍କୁ ପୁରସ୍କୃତ କରାଯିବ । ହୋମଗାର୍ଡ ଓ ସାଧାରଣ ସୁରକ୍ଷା କ୍ଷେତ୍ରରେ ୪୪ ଜଣ ବ୍ୟକ୍ତିଙ୍କୁ ପୁରସ୍କୃତ କରାଯିବ । ଏମାନଙ୍କ ମଧ୍ୟରୁ ବିଶେଷ ସେବା ପାଇଁ ୮ ଜଣ ଏବଂ ପ୍ରଶଂସନୀୟ ସେବା ପାଇଁ ୩୬ ଜଣ ରାଷ୍ଟ୍ରପତିଙ୍କ ଠାରୁ ପଦକ ପାଇବେ ।

୩ ଜେଲ କର୍ମୀଙ୍କୁ ମିଳିବ କରେକ୍ସନାଲ ସର୍ଭିସ୍ ମେଡାଲ

ନୂଆଦିଲ୍ଲୀ : ଓଡ଼ିଶାର ୩ ଜଣ ଜେଲ କର୍ମୀଙ୍କୁ ବିଶିଷ୍ଟ ସେବା ପାଇଁ କରେକ୍ସନାଲ ସର୍ଭିସ୍ ମେଡାଲ ମିଳିବ। ତିନି ଜଣ ଜେଲ୍‌ କର୍ମୀ ହେଲେ ସମ୍ବଲପରୁ ସର୍କଲ ଜେଲ୍‌ରେ କାର୍ଯ୍ୟରତ ଜେଲ କଲ୍ୟାଣ ଅଧିକାରୀ ସଂଗ୍ରାମ ମଲ୍ଲିକ୍, ବଲାଙ୍ଗିର ଜିଲ୍ଲା ଜେଲରେ କାର୍ଯ୍ୟରତ ଆସିଷ୍ଟାଣ୍ଟ ଜେଲର ନିରଞ୍ଜନ କିଷାନ ଓ କଟକ ସର୍କଲ ଜେଲରେ କାର୍ଯ୍ୟରତ ଵାର୍ଡର ସଦାଶିବ ପ୍ରଧାନ।

ସମ୍ବନ୍ଧିତ ଖବର