ସାଧାରଣତନ୍ତ୍ର ଦିବସ ଅବସରରେ ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ରାଷ୍ଟ୍ରପତି ପଦକ; ଓଡ଼ିଶାରୁ ପାଇବେ ୧୨ ଜଣ

ନୂଆଦିଲ୍ଲୀ: ୨୦୨୧ ସାଧାରଣତନ୍ତ୍ର ଦିବସ ଅବସରରେ ଅଗ୍ନିଶମ ସେବା, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ରାଷ୍ଟ୍ରପତି ପଦକ ଘୋଷଣା କରାଯାଇଛି। ଏଥର ଅଗ୍ନିଶମ ସେବା  କ୍ଷେତ୍ରରେ ସାହସିକ ଓ  ଉଲ୍ଲେଖନୀୟ ସେବା ଲାଗି  ୭୩ଜଣଙ୍କୁ ‘ଅଗ୍ନି ସେବା ପଦକ’ ପ୍ରଦାନ କରାଯିବ। ଏଥିସହ ୫୪ଜଣଙ୍କୁ ଗୃହରକ୍ଷୀଙ୍କୁ ବେସାମରିକ ପ୍ରତିରକ୍ଷା ପଦକ ମଧ୍ୟ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।

ଏ ବର୍ଷ ଓଡ଼ିଶାରୁ କଶ୍ୟପ କୁମାର ପଟ୍ଟନାୟକଙ୍କୁ ସାହସିକତା ନିମନ୍ତେ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ପ୍ରଦାନ କରାଯିବ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତାଲିକାରେ ଉଲ୍ଲେଖ ଅଛି।

Amar Ujala

ଏଥିସହ  ଅଗ୍ନିଶମ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଓଡ଼ିଶାର କମଳାକାନ୍ତ ପୁହାଣଙ୍କୁ ରାଷ୍ଟ୍ରପତି ଅଗ୍ନିଶମ ସେବା ପଦକ ମିଳିବ।  ସହକାରୀ ଅଗ୍ନିସେବା ଅଧିକାରୀ ଶରତ ଚନ୍ଦ୍ର ମଲ୍ଲିକ, ଷ୍ଟେସନ୍‌ ଅଧିକାରୀ ପ୍ରଦୀପ କୁମାର ପଟ୍ଟନାୟକ, ଅଗ୍ରଣୀ ଅଗ୍ନିଶମ କର୍ମଚାରୀ ପ୍ରକାଶ କୁମାର ବେହେରା, ଡ୍ରାଇଭର୍‌ ବଳଭଦ୍ର ଦେହୁରୀଙ୍କୁ ଗୁଣାତ୍ମକ ସେବା ନିମନ୍ତେ ରାଷ୍ଟ୍ରପତିଙ୍କ ଅଗ୍ନିଶମ ପଦକ ପ୍ରଦାନ କରାଯିବ।

ଏଥର ଓଡ଼ିଶାରୁ ରାଷ୍ଟ୍ରପତିଙ୍କ ଗୃହରକ୍ଷୀ ଏବଂ ସାହସିକତା ପାଇଁ ବେସାମରିକ ପ୍ରତିରକ୍ଷା ସେବା ନିମନ୍ତେ ଗୃହରକ୍ଷୀ ସ୍ୱର୍ଗତ ବନବାସୀ ମହାରଣାଙ୍କୁ ପଦକ ପ୍ରଦାନ କରାଯିବ। ଏହାଛଡ଼ା ଏହି କ୍ଷେତ୍ରରେ ଉଲ୍ଲେଖନୀୟ ସେବା ନିମନ୍ତେ ଓଡ଼ିଶାର ଗୃହରକ୍ଷୀ କମ୍ପାନି କମାଣ୍ଡର୍‌  ପ୍ରଦୀପ କୁମାର ପଟ୍ଟନାୟକ, ଗୃହରକ୍ଷୀ ପ୍ଲାଟୁନ୍‌ କମାଣ୍ଡର୍‌ ସୁଦାମ ଚରଣ ପଟ୍ଟନାୟକଙ୍କୁ ରାଷ୍ଟ୍ରପତି ପଦକ ମିଳିବ।

ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା କ୍ଷେତ୍ରରେ ଗୁଣାତ୍ମକ ଅବଦାନ ନିମନ୍ତେ ରାଜ୍ୟର ପ୍ଲାଟୁନ୍‌ କମାଣ୍ଡର୍‌  ରାଜକୁମାର ପାଲ୍‌, ଗୃହରକ୍ଷୀ ଭବାନୀ ଶଙ୍କର କହଁର, ଗୃହରକ୍ଷୀ ଶିଶିରକାନ୍ତ ସାହୁ, ଗୃହରକ୍ଷୀ ଅକ୍ଷୟ କୁମାର ନାୟକଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର