ରାଷ୍ଟ୍ରପତିଙ୍କ ନୂଆବର୍ଷ ବାର୍ତ୍ତା:  ସମାବେଶୀ ସମାଜ ଗଠନ ଲାଗି ଆମକୁ କାର୍ଯ୍ୟକରିବାକୁ ହେବ

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି । ପ୍ରେମ ଓ ସହନଶୀଳତା ଭିତ୍ତିକ ଏକ ସମାବେଶୀ ସମାଜ ଗଠନ ଦିଗରେ ଦେଶବାସୀ କାର୍ଯ୍ୟକରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ ନୂଆବର୍ଷ ଆମମାନଙ୍କ ପାଇଁ ଏକ ନୂଆ ଆରମ୍ଭର ସୁଯୋଗ ଆଣିଥାଏ । ଏହି ଅବସରରେ ଆମେ ବ୍ୟକ୍ତିଗତ ଓ ସାମୁହିକ ବିକାଶ ପାଇଁ ଅଙ୍ଗୀକାର ରଖିବା ଆବଶ୍ୟକ ।

ସେ କହିଛନ୍ତି ଯେ କରୋନା ମହାମାରୀ ଆମ ପାଇଁ ଏକ କଠିନ ପରିସ୍ଥିତି ଆଣିଦେଇଛି । ଆମେ ଏକତ୍ରିତ ହୋଇ ଏହି ପରିସ୍ଥିତିର ସାମନା କରିବା ଆବଶ୍ୟକ । ଏହା ମଧ୍ୟ ଅନେକତାରେ ଏକତା ଓ ଆମ ସଂସ୍କୃତି  ଉପରେ ଆମର ଭରସାକୁ ଆହୁରି ଦୃଢ କରିବାର ସମୟ ।  ଆମକୁ ଏକ ସମାବେଶୀ ଓ ସହନଶୀଳ ଦେଶ ଗଠନ କରିବାକୁ ହେବ ଯାହାକି ଭଲପାଇବା ଓ ଭାତୃଭାବ ଉପରେ ପର୍ଯ୍ୟବେଶିତ ହୋଇଥିବ ।

ନୂତନ ବର୍ଷରେ ଦେଶବାସୀ ସୁଖୀ, ନିରୋଗ ଓ ନିରାପଦ ରୁହନ୍ତୁ ବୋଲି ସେ କାମନା କରିଛନ୍ତି ।

ସମ୍ବନ୍ଧିତ ଖବର