ନୂଆଦିଲ୍ଲୀ: ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯାଉଛନ୍ତି ବୋଲି ଦିଲ୍ଲୀ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (ଆପ୍) ନେତ୍ରୀ ଆତିଶୀ ଶୁକ୍ରବାର କହିଛନ୍ତି। ଆପ୍ ନେତ୍ରୀ କହିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ସରକାର ପାଖରେ ସଂଖ୍ୟାଗରିଷ୍ଠତା ରହିଛି ଏବଂ ରାଷ୍ଟ୍ରପତି ଶାସନ ଲାଗୁ କରିବା ବେଆଇନ, ଅସାମ୍ବିଧାନିକ ଏବଂ ଜନତାଙ୍କ ଜନାଦେଶ ବିରୁଦ୍ଧରେ ହେବ। ଆତିଶୀ କହିଛନ୍ତି, ବିଜେପିଶାସିତ କେନ୍ଦ୍ର ସରକାର ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ଯାଉଛନ୍ତି ବୋଲି ଆମେ ବିଶ୍ୱସ୍ତ ଲୋକଙ୍କଠାରୁ ଜାଣିବାକୁ ପାଇଛୁ। ଗତ କିଛିଦିନ ମଧ୍ୟରେ ଏହାର ଅନେକ ସଙ୍କେତ ସାମ୍ନାକୁ ଆସିଛି। ବିଭିନ୍ନ ବିଭାଗରେ ଅନେକ ପଦବି ଖାଲି ପଡ଼ିଥିଲେ ମଧ୍ୟ ଦିଲ୍ଲୀରେ କୌଣସି ବରିଷ୍ଠ ଆଇଏଏସ୍ ଅଫିସରଙ୍କୁ ନିଯୁକ୍ତି ଦିଆଯାଉନାହିଁ। ବିନା କାରଣରେ ଦିଲ୍ଲୀ ସରକାରଙ୍କୁ ନେଇ ଏଲ୍ଜି (ଭିକେ ସକ୍ସେନା) ଗତ ଏକ ସପ୍ତାହ ଧରି ଗୃହ ମନ୍ତ୍ରଣାଳୟକୁ ଗୋଟିଏ ପରେ ଗୋଟିଏ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ (ବିଭବ କୁମାର)ଙ୍କୁ ପ୍ରାୟ ୨୦ ବର୍ଷ ପୁରୁଣା ମାମଲାରେ ବହିଷ୍କାର କରାଯାଇଛି ବୋଲି ଆତିଶୀ କହିଛନ୍ତି।
ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଚାହୁଛି କେନ୍ଦ୍ର: ଆତିଶୀ
/sambad/media/post_attachments/wp-content/uploads/2024/04/hfshsfsfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)