ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଅସ୍ତ୍ରବିରତି ସହ ଅପରେସନ ସିନ୍ଦୂର ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ । ପାକିସ୍ତାନ ପୋଲ ଖୋଲିଦେଲେ କର୍ଣ୍ଣଲ ସୋଫିଆ କୁରେସି । କହିଲେ, ପାକିସ୍ତାନ ମିଛ ଖବର ପ୍ରଚାର କରୁଛି । ଅପପ୍ରଚାର କରି ଆମ ସେନାକୁ ବଦନାମ କରିବାକୁ ଚାହୁଁଛି । ଭାରତୀୟ ସେନା ପକ୍ଷରୁ କୌଣସି ମସଜିଦକୁ ନଷ୍ଟ କରାଯାଇନାହିଁ । ପାକିସ୍ତାନୀ ଫାଇଟର ଜେଟ୍ ଜେଏଫ-୧୭ ଦ୍ବାରା ଭାରତର ଏସ-୪୦୦ ଏବଂ ବ୍ରୋହ୍ମୋସ୍ ମିସାଇଲ୍ ନଷ୍ଟ କରାଯାଇଥିବା ନେଇ ପାକିସ୍ତାନର ଅଭିଯୋଗକୁ ଖଣ୍ଡନ କଲେ ସୋଫିଆ । ଭାରତର ବିଭିନ୍ନ ବିମାନ ଘାଟିକୁ ପାକିସ୍ତାନ ଧ୍ବଂସ କରିଥିବା କଥା ମଧ୍ୟ ସମ୍ପୂର୍ଣ୍ଣ ମିଛ ।
#WATCH | Delhi: Colonel Sofiya Qureshi says, "Pakistan claimed that it damaged our S400 and Brahmos missile base with its JF 17, which is completely wrong. Secondly, it also ran a misinformation campaign that our airfields in Sirsa, Jammu, Pathankot, Bhatinda, Nalia and Bhuj were… pic.twitter.com/QOVrDBH899
— ANI (@ANI) May 10, 2025
ୱିଙ୍ଗ କମାଣ୍ଡର ବୌମିକ ସିଂ କହିଛନ୍ତି ଆମେ ପାକିସ୍ତାନର ରକ୍ଷାତ୍ମକ ପ୍ରଣାଳୀକୁ ପୂରା ଧ୍ବଂସ କରି ଦେଇଛୁ । ପାକିସ୍ତାନର ଏୟାରବେସକୁ ନଷ୍ଟ କରିଛୁ । ଆମ ସେନାର ଆକ୍ରମଣରେ ପାକିସ୍ତାନ ଅନେକ କ୍ଷତି ହୋଇଛି ହେଲେ ଆମେ କୌଣସି ଧାର୍ମିକ ସ୍ଥଳ ଉପରେ ଆକ୍ରମଣ କରିନୁ । ଆମ ସେନା ସବୁବେଳେ ସଜାର ରହିଛି କହିଲେ ବୌମିକ ।