ଟ୍ରମ୍ପଙ୍କୁ ବିଦା ପାଇଁ ପେନ୍ସଙ୍କ ଉପରେ ଚାପ

ୱାସିଂଟନ: ଡୋନାଲ୍ଡ ଟ୍ରମ୍ପଙ୍କୁ ତୁରନ୍ତ ଆମେରିକା ରାଷ୍ଟ୍ରପତି ପଦରୁ ହଟାଇବା ପାଇଁ ଡେମୋକ୍ରାଟିକ ଦଳ ଏବଂ ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସିଙ୍କ ପକ୍ଷରୁ ଚାପ ବଢ଼ିଛି। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଉପରାଷ୍ଟ୍ରପତି ୨୫ତମ ସମ୍ବିଧାନ ସଂଶୋଧନକୁ ଉପଯୋଗ କରନ୍ତୁ ବୋଲି ଏକ ସଂକଳ୍ପନାମା ଆଣିବା ସଂପର୍କରେ ସାଂସଦମାନେ ଯୋଜନା କରୁଛନ୍ତି। ଯଦି ଉପରାଷ୍ଟ୍ରପତି ଏହି ୨୫ତମ ସଂଶୋଧନକୁ ପ୍ରୟୋଗ କରିବାକୁ ରାଜି ନହୁଅନ୍ତି ତା’ହେଲେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବା ଲାଗି ସଂସଦରେ ଭୋଟ ଅନୁଷ୍ଠିତ ହେବ। ବାଚସ୍ପତି ପେଲୋସି ସାଂସଦମାନଙ୍କୁ ଏକ ଚିଠି ଲେଖିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି, ପ୍ରତିନିଧି ସଭା ସୋମବାର ସୁଦ୍ଧା ଏକ ସଂକଳ୍ପନାମା ଉପସ୍ଥାପିତ କରିବ। ସେଥିରେ ସମ୍ବିଧାନର ୨୫ତମ ସଂଶୋଧନ ପ୍ରୟୋଗ ପାଇଁ ପେନ୍ସଙ୍କୁ ଅନୁରୋଧ କରାଯିବ। ପେନ୍ସଙ୍କ ଏହି ପଦକ୍ଷେପ ଫଳରେ ଟ୍ରମ୍ପ ରାଷ୍ଟ୍ରପତି ପରିବର୍ତ୍ତେ କାମଚଳା ରାଷ୍ଟ୍ରପତି ହେବେ। ଉକ୍ତ ସଂକଳ୍ପନାମା ଉପରେ ସଂସଦରେ ମଙ୍ଗଳବାର ଭୋଟ ହୋଇପାରେ। ଏହାପରେ ପେନ୍ସ ଏବଂ କ୍ୟାବିନେଟକୁ ଟ୍ରମ୍ପଙ୍କୁ ହଟାଇବା ପାଇଁ ପେନ୍ସ ଓ କ୍ୟାବିନେଟ୍‌କୁ ୨୪ ଘଣ୍ଟା ସମୟ ଦିଆଯିବ। ଏହାପରେ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧିତ ଖବର