ନୂଆଦିଲ୍ଲୀ: ଯୁଦ୍ଧ-ବିକ୍ଷତ ଆଫଗାନିସ୍ତାନରେ ତାଲିବାନ କରୁଥିବା ଅପରାଧର ଅବସାନ ଘଟାଇବା ଲାଗି ଜାତିସଂଘ ତା’ର ସମ୍ବଳ ପ୍ରସ୍ତୁତି କରୁ ବୋଲି ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିବେଦନ କରିଛନ୍ତି।
ଜାତିସଂଘକୁ ଲିଖିତ ପତ୍ରରେ ସାଲେହ ପଞ୍ଜଶୀରର ‘ମାନବିକ ସଙ୍କଟ’ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ତାଲିବାନ ନିୟନ୍ତ୍ରଣକୁ ଯାଇପାରି ନ ଥିବା ଏହି ଆଫଗାନ ପ୍ରଦେଶରେ ବଡ଼ ଧରଣର ‘ବିପତ୍ତି’ ପଡ଼ିବ ଯାହା ଆଫଗାନ ନରସଂହାରର କାରଣ ହେବାର ଆଶଙ୍କା ରହିଛି।
Image Courtesy of Zee Newsଚିଠିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, କାବୁଲ୍ ଏବଂ ଅନ୍ୟାନ୍ୟ ବଡ଼ ସହରଗୁଡ଼ିକର ପତ୍ତନ ପରେ ସ୍ଥାନୀୟ ମହିଳା, ପିଲା, ବୟୋଜ୍ୟେଷ୍ଠ ଏବଂ ୧୦ ହଜାର ‘ଆଇଡିପି’ଙ୍କୁ ମିଶାଇ ପ୍ରାୟ ୨,୫୦,୦୦୦ ଜନତା ପଞ୍ଜଶୀରରେ ପହଞ୍ଚି ଫସି ରହି ମାନବୀୟ ଅବରୋଧ ପରିଣତିର ଯନ୍ତ୍ରଣା ଭୋଗୁଛନ୍ତି। ପରିସ୍ଥିତି ପ୍ରତି ଦୃଷ୍ଟି ଦିଆ ନ ଗଲେ, କ୍ଷୁଧା ଏବଂ ଗଣସଂହାର ଭଳି ମାନବୀୟ ବିପତ୍ତି ଏବଂ ମାନବିକ ଅଧିକାର ଉଲ୍ଲଂଘନ ହେବ। ସମବେତ ଜନତାଙ୍କ ସଂହାର ମଧ୍ୟ ଆରମ୍ଭ ହୋଇଗଲାଣି।
ସାଲେହ୍ ଦାବି କରିଛନ୍ତି ଯେ, ପ୍ରାୟ ୩ ନିୟୁତ ଲୋକ ବାସଚ୍ୟୁତ ହୋଇଛନ୍ତି ଏବଂ ୧୮ନିୟୁତରୁ ଅଧିକ ଲୋକଙ୍କର ବଞ୍ଚିବା ପାଇଁ ଖାଦ୍ୟ ସହାୟତା ଲୋଡୁଛନ୍ତି। ତାଙ୍କ ଦେଶକୁ ସାହାଯ୍ୟ କରିବା ଲାଗି ସେ ଜାତିସଂଘ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ଏଜେନ୍ସିମାନଙ୍କୁ ଅନୁରୋଧ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/amrullah-1.jpg)