ଆଫଗାନିସ୍ତାନକୁ ଆତଙ୍କବାଦର କେନ୍ଦ୍ରସ୍ଥଳୀ ହେବାକୁ ରୋକାଯାଉ : ମୋଦୀ

ନୂଆଦିଲ୍ଲୀ : ଆଫଗାନିସ୍ତାନକୁ ମୌଳବାଦ ଓ ଆତଙ୍କବାଦର କେନ୍ଦ୍ରସ୍ଥଳୀ ହେବାକୁ ରୋକିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ବ ସଂପ୍ରଦାୟକୁ ଆହ୍ବାନ ଜଣାଇଛନ୍ତି ।

ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଘିଙ୍କ ଦ୍ବାରା ଆୟୋଜିତ ଭର୍ଚୁଆଲ ଜି-୨୦ ବୈଠକରେ ଯୋଗ ଦେଇ ସେ କହିଛନ୍ତି ଯେ ଆଫଗାନିସ୍ତାନର ଲୋକମାନଙ୍କୁ ତୁରନ୍ତ ଓ ନିରନ୍ତର ମାନବୀୟ ସହାୟତାର ଆବଶ୍ୟକତା ରହିଛି । ଏହି ଯୁଦ୍ଧ ବିଧ୍ବସ୍ତ ଦେଶର ଅବସ୍ଥାରେ ଉନ୍ନତି ପାଇଁ ଜାତିସଂଘ ନିରାପତ୍ତା ପରିଷଦର ସଂକଳ୍ପ ୨୫୯୩ ଅନୁସାରେ ଅନ୍ତର୍ଜାତୀୟ ସହାୟତା ଆବଶ୍ୟକ ।

ସେ କହିଛନ୍ତି, ଆଫଗାନିସ୍ତାନରେ ଏକ ସମାବେଶୀ ସରକାର ଆବଶ୍ୟକ ଯେଉଁଥିରେ ମହିଳା ଓ ସଂଖ୍ୟାଲଘୁଙ୍କ ପ୍ରତିନିଧିତ୍ବ ଥିବ । ଏପରି ନ ହେଲେ ଗତ ୨୦ ବର୍ଷ ହେଲା ଏହି ଦେଶରେ ଅଣାଯାଇଥିବା ବିକାଶକୁ ବଜାୟ  ରଖାଯାଇପାରିବ ନାହିଁ ।

ଗତ ଅଗଷ୍ଟ ୩୦ରେ ନିରାପତ୍ତା ପରିଷଦ ଦ୍ବାରା ଜାରି ସଂକଳ୍ପ ୨୫୯୩ ଅନୁସାରେ ଆଫଗାନିସ୍ତାନ ନିଜ ମାଟିକୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର କରିବା ଉଚିତ ନୁହେଁ ।

 

ସମ୍ବନ୍ଧିତ ଖବର