ନୂଆଦିଲ୍ଲୀ: ‘ଯେତେ ଶକ୍ତିଶାଳୀ ହୋଇ ଥାଆନ୍ତୁ ପଛକେ’ ଦେଶକୁ ଠକି ଲୁଟ୍ କରୁଥିବା ବ୍ୟକ୍ତିଙ୍କୁ ସରକାର ଛାଡୁ ନାହାନ୍ତି, କିନ୍ତୁ ଦୁର୍ନୀତି ବିରୋଧରେ ସଂଗ୍ରାମ କରିବା ପାଇଁ ଇଚ୍ଛାଶକ୍ତି ନ ଥିଲା ବୋଲି ଆଜି ଗୁଜରାଟରେ ଆୟୋଜିତ ‘ସେଣ୍ଟ୍ରାଲ୍ ଭିଜିଲାନ୍ସ କମିସନ୍’ (ସିଭିସି) ଏବଂ ‘ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍’ର (ସିବିଆଇ) ମିଳିତ ଅଧିବେଶନରେ ‘ଭର୍ଚ୍ୟୁଆଲ୍’ ଅଭିଭାଷଣ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।
ସେ କହିଲେ, ପୂର୍ବେ ସରକାର ଯେମିତି ଚାଲୁଥିଲା, ଯେଉଁ ଭଳି ଶାସନ ବ୍ୟବସ୍ଥା କାର୍ଯ୍ୟକରୁଥିଲା, ସେଥିରେ ଉଭୟ ରାଜନୈତିକ ଏବଂ ପ୍ରଶାସନିକ ଇଚ୍ଛାଶକ୍ତି ନ ଥିଲା। ଦୁର୍ନୀତି ଉପରେ ଜୋର୍ଦାର୍ ଚଢ଼ାଉ ପାଇଁ ଏବେ ରାଜନୈତିକ ଇଚ୍ଛାଶକ୍ତି ଅଛି। ପ୍ରଶାସନିକ ସ୍ତରରେ ମଧ୍ୟ ନିରନ୍ତର ଉନ୍ନତିକରଣ କରାଯାଉଛି।
Image Courtesy of The Economic Timesଦେଶକୁ ଠକି ଜନତାଙ୍କୁ ଲୁଟୁଥିବା ଲୋକେ ଯେତେ ଶକ୍ତିଶାଳୀ ହୁଅନ୍ତୁ, ଯେଉଁଠି ଥାଆନ୍ତୁ ପଛକେ, ସେମାନଙ୍କ ପ୍ରତି ଦୟାମାୟ ପ୍ରଦର୍ଶନ ହେଉନାହିଁ। ସରକାର ସେମାନଙ୍କୁ ଛାଡୁ ନାହାନ୍ତି।
ବର୍ଦ୍ଧିଷ୍ଣୁ ଦୁର୍ନୀତି ପ୍ରତିହତ କରିବା ସମ୍ଭବ ବୋଲି ଗତ ୬/୭ ବର୍ଷର ଉଦ୍ୟମ କରି ଆମେ ଦେଶବାସୀଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି କରାଇ ପାରିଛୁ। ବିନା ମଧ୍ୟସ୍ଥରେ ସରକାରୀ ଯୋଜନାରୁ ଉପକୃତ ହେବା ସମ୍ଭବ ବୋଲି ଆଜି ଦେଶବାସୀ ବିଶ୍ୱାସ କଲେଣି।
ଜୀବନର ସମସ୍ତ କ୍ଷେତ୍ରରୁ ଦୁର୍ନୀତିର ମୂଳୋତ୍ପାଟନ ନିମନ୍ତେ ଆପଣାକୁ ପୁନଃଉତ୍ସର୍ଗ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ମୋଦୀ ‘ସିବିଆଇ’ ଏବଂ ‘ସିଭିସି’ ଅଫିସର୍ମାନଙ୍କୁ ଆହ୍ଵାନ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/PM-4.jpg)