ପ୍ରଭୁ ବାଲାଜୀଙ୍କ ନାଗରିକତ୍ୱ ଦାବି କଲେ ପୂଜାରୀ

ହାଇଦ୍ରାବାଦ: ଦେଶବ୍ୟାପୀ ‘ସିଏଏ’ ବିଷୟରେ ବିତର୍କ ଚାଲିଥିବା ବେଳେ ଚିଲକୁର ବାଲାଜୀ ମନ୍ଦିରର ମୁଖ୍ୟ ପୂଜାରୀ ସି. ଏସ୍‌. ରଙ୍ଗରାଜନ ଅଧିଷ୍ଠାତ୍ରୀ ଦିଅଁ ଭେଙ୍କଟେଶ୍ୱରଙ୍କୁ ନାଗରିକତ୍ୱ ପ୍ରଦାନ ପାଇଁ ଦାବି କରିଛନ୍ତି।

ରଙ୍ଗରାଜନ କହିଛନ୍ତି: ପ୍ରସିଦ୍ଧ ଚିଲକୁର ବାଲାଜୀ ମନ୍ଦିରର ଦିଅଁ ପ୍ରଭୁ ଭେଙ୍କଟେଶ୍ୱରଙ୍କୁ ନାଗରିକତ୍ୱ ଦିଆଯାଉ।

ସେ ଆହୁରି କହିଛନ୍ତି: ପ୍ରତ୍ୟେକ ଦିଅଁଙ୍କୁ ସଂଖ୍ୟାଲଘୁ ବୋଲି ବିଚାର କରାଯାଏ। ଅଦାଲତରେ ଜଣେ ପୁରୋହିତ, ଟ୍ରଷ୍ଟି କିଂବା କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର ପ୍ରତିନିଧିତ୍ୱ କରନ୍ତି। ନାଗରିକତା ସଂଶୋଧନ ଆଇନର ଧାରା ୫(୪) ଅନୁସାରେ, ଜଣେ ସଂଖ୍ୟାଲଘୁ ନାଗରିକତା ଅଧିକାର ପାଇ ପାରିବେ। ତେଣୁ ଏହି ବ୍ୟବସ୍ଥା ଆଧାରରେ ସବୁ ମନ୍ଦିରର ଦିଅଁମାନଙ୍କୁ ନାଗରିକତ୍ୱ ପ୍ରଦାନ କରିହେବ। ତିରୁମାଲାର ଭେଙ୍କଟେଶ୍ୱରସ୍ୱାମୀ, ସାବରିମାଲାର ଆୟାପ୍ପାସ୍ୱାମୀ ଏବଂ କେରଳର ପଦ୍ମନାଭସ୍ୱାମୀଙ୍କୁ ‘ସିଏଏ’ର ଧାରା ୫ (୪) ବ୍ୟବସ୍ଥାରେ ନାଗରିକତ୍ୱ ଦିଆଯାଉ।

Image Source: The Times of India

ରଙ୍ଗରାଜନ ଆହୁରି କହିଛନ୍ତି ଯେ ସାବରିମାଲା ମନ୍ଦିର ମାମଲାର ରାୟରୁ ଜଣାପଡୁଛି ଯେ ଧର୍ମନିରପେକ୍ଷ ରାଷ୍ଟ୍ର ଭାରତ ହିନ୍ଦୁ ଦିଅଁଙ୍କର ଧାର୍ମିକ ସ୍ୱାଧୀନତା ଲାଗି ବିପଦର କାରଣ ହେଲାଣି।

ସମ୍ବନ୍ଧିତ ଖବର