ବିଶପ୍‌ ଫ୍ରାଙ୍କୋ ମୁଲାକ୍କଲ୍‌ଙ୍କ ବିରୋଧରେ ସାକ୍ଷୀ ପଡ଼ିଥିବା ପାଦ୍ରୀଙ୍କର ଜଳନ୍ଧର ଠାରେ ମୃତ୍ୟୁ

ତିରୁବନନ୍ତପୁରମ୍‌: ଜଣେ ନନ୍‌ଙ୍କ ସହ ଦୁଷ୍କର୍ମ କରିଛନ୍ତି ବୋଲି ପୂର୍ବତନ ଜଳନ୍ଧର ବିଶପ୍‌ ଫ୍ରାଙ୍କୋ ମୁଲକ୍କଲ୍‌ଙ୍କ ବିରୋଧରେ ଆଗତ ଅଭିଯୋଗ ସପକ୍ଷରେ ସାକ୍ଷୀ ପଡ଼ିଥିବା ବରିଷ୍ଠ ପାଦ୍ରୀ ଫାଦର୍‌ କୁରିଆକୋସ୍‌ କଟ୍ଟୁତାରାଙ୍କର ସୋମବାର ସକାଳେ ଦେହାନ୍ତ ହୋଇ ଯାଇଛି।
ତାଙ୍କ ପରିବାର ଏହି ବିୟୋଗାନ୍ତ ଘଟନାକୁ ସନ୍ଦେହ କରୁଛି।

ତାଙ୍କ ଭାଇ ଜୋସ୍‌ କଟ୍ଟୁତାରା ସ୍ଥାନୀୟ ନିଉଜ୍‌ ଚାନେଲ୍‌କୁ କହିଛନ୍ତି ଯେ ଆଜି ସକାଳେ ଜଳନ୍ଧରରୁ ଗୀର୍ଜା କର୍ତ୍ତୃପକ୍ଷ ଫୋନ୍‌ କରି ତାଙ୍କୁ କହିଛନ୍ତି ଯେ ଭିତର ପଟୁ କବାଟ କିଳା ଯାଇଥିବା ତାଙ୍କ କୋଠରିରୁ ତାଙ୍କୁ ମୃତାବସ୍ଥାରେ ଦେଖିବାକୁ ମଳିଛି। ସେ ହୃଦ୍‌ଘାତ ଯୋଗୁଁ ମରିଥାଇ ପାରନ୍ତି ବୋଲି ଗୀର୍ଜା ଅଧିକାରୀମାନେ ଅନୁମାନ କରି କହୁଛନ୍ତି।

କିନ୍ତୁ ଜୋସ୍‌ କଟ୍ଟୁତାରା ସଂଶୟରେ ଅଛନ୍ତି। ସେ କହିଛନ୍ତି ଯେ ସେ ଅଭିଯୋଗ ଦାଏର କରିବେ ଏବଂ ଫ୍ରାଙ୍କୋ ମୁଲକ୍କଲ୍‌ଙ୍କ ଜାମିନ ରଦ୍ଦ ନିମନ୍ତେ କେରଳ ହାଇକୋର୍ଟର ଦ୍ୱାରସ୍ଥ ହେବେ।

ଫାଦର୍‌ କୁରିଆକୋସ୍‌ କଟ୍ଟୁତାରା ଦାବି କରିଥିଲେ କି, ଜଳନ୍ଧର ଡାଓସିସ୍‌ର ବିଶପ୍‌ ମୁଲକ୍କଲ୍‌ଙ୍କ ବିରୋଧରେ ନନ୍‌ କରିଥିବା ବ୍ୟଭିଚାର ଅଭିଯୋଗକୁ ଦବାଇ ଦେବା ନିମନ୍ତେ ଜୀର୍ଜା ତରଫରୁ ଉଦ୍ୟମ କରାଯାଇଛି।

ସେ ଆହୁରି ମଧ୍ୟ କହିଥିଲେ କି, ଗୀର୍ଜା ଛାଡ଼ିଥିବା ନନ୍‌ମାନେ ବିଶପ୍‌ଙ୍କ ବିରୋଧରେ ଅଭିଯୋଗ ଆଣି ତାଙ୍କ ପାଖରେ ପହଞ୍ଚିଥିଲେ। ସେମାନେ ମଲକ୍କଲ୍‌ଙ୍କୁ ଭୟ କରୁଥିବାରୁ ସତ କହିବାକୁ ମନା କରି ଦେଇଥିଲେ।

ବିଶପ୍‌ ମୁଲକ୍କଲ୍‌ଙ୍କୁ ସେପ୍ଟେମ୍ବର ଶେଷ ଭାଗରେ ଗିରଫ କରାଯାଇଥିଲା। ସେ ତିନି ସପ୍ତାହ ଜେଲ୍‌ରେ ରହିବା ପରେ ଏ ମାସ ଆଦ୍ୟ ଭାଗରେ ଜାମିନ ପାଇଥିଲେ।

ସମ୍ବନ୍ଧିତ ଖବର