ଭୋପାଳ: ଭୋପାଳ ସେଣ୍ଟ୍ରାଲ ଜେଲ୍ରେ ଥିବା କଏଦୀମାନେ ଏବେ ବିଭିନ୍ନ ବୈଦିକ ରୀତିନୀତି ଅନୁଯାୟୀ ଶିକ୍ଷା ଗ୍ରହଣ କରୁଛନ୍ତି। ଯାହାଦ୍ବାରା ସେମାନେ ଜେଲରୁ ମୁକ୍ତ ହେବାପରେ ପୁରୋହିତ ଭାବେ ସମ୍ମାନଜନକ ଜୀବନଯାପନ କରିପାରିବେ। ଗାୟତ୍ରୀ ଶକ୍ତିପୀଠପକ୍ଷରୁ ପ୍ରାୟ ୫୦ ଜଣ କଏଦୀଙ୍କୁ ଏକ ମାସ ପାଇଁ ‘ଯୁଗ ପୁରୋହିତ’ ତାଲିମ ଦିଆଯାଉଛି। ଯେଉଁ କଏଦୀମାନେ ବୈଦିକ ରୀତିନୀତି ପ୍ରତି ଆଗ୍ରହୀ ଥିଲେ ଏବଂ ସେମାନଙ୍କ ଦଣ୍ଡ ସମାପ୍ତ ହେବା ପରେ ସମାଜକୁ ଏକ ଭଲ ବାର୍ତ୍ତା ଦେବାକୁ ଚାହାଁନ୍ତି, ସେମାନଙ୍କୁ ତାଲିମ ପାଇଁ ଚୟନ କରାଯାଇଥିଲା। ଆଗାମୀ ୨୮ ତାରିଖରେ ଏହି ତାଲିମ କାର୍ଯ୍ୟକ୍ରମ ଶେଷ ହେବ। ବନ୍ଦୀମାନଙ୍କୁ ତାଲିମ ଦେଉଥିବା ଗାୟତ୍ରୀ ଶକ୍ତିପୀଠର ସଦସ୍ୟ ସଦାନନ୍ଦ ଆମ୍ରେକର କହିଛନ୍ତି, ସେମାନଙ୍କୁ ରୀତିନୀତି ଶିକ୍ଷା ଦିଆଯାଉଛି ଯାହା ଦ୍ବାରା ସେମାନେ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିପାରିବେ। ସମାଜରେ ଜଣେ ଭଲ ମଣିଷ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ଲକ୍ଷ୍ୟରେ ସେମାନଙ୍କୁ ପୁରୋହିତ ତାଲିମ ଦିଆଯାଉଛି। ଭୋପାଳ ସେଣ୍ଟ୍ରାଲ ଜେଲ୍ ଅଧୀକ୍ଷକ ଦୀନେଶ ନାର୍ଗେଭ କହିଛନ୍ତି ଯେ ଗାୟତ୍ରୀ ପରିବାର କଏଦୀଙ୍କ ନୈତିକ ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଆସୁଛନ୍ତି।
କଏଦୀମାନଙ୍କୁ ପୁରୋହିତ ତାଲିମ
/sambad/media/post_attachments/wp-content/uploads/2022/03/g65d4j5g6d465gdjgjdgjdgjd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)