ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶୋକ

ନୂଆଦିଲ୍ଲୀ: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ ଜରିଆରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ମୋଦୀ କହିଛନ୍ତି ଯେ, ସ୍ବର୍ଗତ ହେମାନନ୍ଦ ଦୀର୍ଘଦିନ ଧରି ରାଜନୀତିରେ ସକ୍ରିୟ ରହିବା ସହ ଲୋକଙ୍କ ସୁଖଦୁଃଖର ସାଥି ଥିଲେ। ତାଙ୍କ ମୃତ୍ୟୁରେ ସେ ଅତ୍ୟନ୍ତ ବ୍ୟଥିତ ବୋଲି କହି ତାଙ୍କ ପରିବାର ଓ ସମର୍ଥକମାନଙ୍କୁ ସମବେଦନା ଜଣାଇଥିଲେ।

ଭୂତପୂର୍ବ ମୂଖ୍ୟମନ୍ତ୍ରୀ ତଥା ବରିଷ୍ଠ ରାଜନେତା ହେମାନନ୍ଦ ବିଶ୍ଵାଳଙ୍କ ପରଲୋକରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଗଭୀର ଶୋକ ପ୍ରକଟ କରିବା ସହିତ ଶୋକସନ୍ତପ୍ତ ପରିବାର ଓ ଅନୁଗାମୀମାନଙ୍କୁ ସମବେଦନା ଜଣାଇଛନ୍ତି । ଓଡିଶାର ପ୍ରଗତିରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଜନମାନସରେ ସେ ଚିର ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ ପ୍ରକାଶ କରିଛନ୍ତି l

ସମ୍ବନ୍ଧିତ ଖବର