ନୂଆଦିଲ୍ଲୀ : ବାଲେଶ୍ବର ଜିଲ୍ଲାର ଚାନ୍ଦିପୁରର ବାସିନ୍ଦା ପୁରଞ୍ଜନ ଦଳାଇଙ୍କୁ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବର୍ଦ୍ଧିତ କରିଛନ୍ତି।
ନୂ୍ଆ ସଂସଦ ଭବନ ନିର୍ମାଣ କାର୍ଯ୍ୟରେ ପାଖାପାଖି ୬୦ ହଜାର ଶ୍ରମିକମାନେ ନିୟୋଜିତ ହୋଇଥିଲେ। ସେହି ନିର୍ମାଣ କାର୍ଯ୍ୟରେ ପୁରଞ୍ଜନ ମଧ୍ୟ ନିଯୋଜିତ ହୋଇଥିଲେ। ପୁରଞ୍ଜନ ଶ୍ରମଜୀବୀ ଓ କାରିଗରଙ୍କ ପାଇଁ ଚାହା ଓ ପାନୀୟ ଜଳର ବ୍ୟବସ୍ଥା କରୁଥିଲେ। ପ୍ରଧାନମନ୍ତ୍ରୀ ସଂସଦ ଭବନର ନିର୍ମାଣ କାର୍ଯ୍ୟରେ ଯୋଗଦାନ ପାଇଁ ସମସ୍ତଙ୍କୁ ପ୍ରଶଂସା କରିବା ସହିତ ୧୦ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସେମାନଙ୍କ ମଧ୍ୟରେ ପୁରଞ୍ଜନ ଅନ୍ତର୍ଭୁକ୍ତ।