ଶ୍ରୁତିବାଧିତ ଅଲିମ୍ପିକ ଦଳକୁ ଆପ୍ୟାୟିତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ଫେରିଥିବା ଭାରତୀୟ ଦଳକୁ ନିଜ ବାସଭବନରେ ଆପ୍ୟାୟିତ କରିବା ସହ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି । ଆଜି ପର୍ଯ୍ୟନ୍ତ ସବୁଠାରୁ ଉତ୍କୃଷ୍ଟ ପ୍ରଦର୍ଶନ କରି ଭାରତୀୟ ଦଳ ଆଠଟି ସ୍ୱର୍ଣ୍ଣ ସମେତ ୧୬ଟି ପଦକ ବ୍ରାଜିଲରେ ଅନୁଷ୍ଠିତ ଶ୍ରୁତିବାଧିତ ଅଲିମ୍ପିକ୍ସରେ ହାସଲ କରିଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଓ ନିଶୀଥ ପରମାଣିକ ମଧ୍ୟ ଉପସ୍ଥିତ ଥିଲେ।

ଦଳର ବରିଷ୍ଠ ସଦସ୍ୟ ରୋହିତ ଭାକରଙ୍କ ସହ କଥାବାର୍ତ୍ତା କରି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଖେଳାଳୀଙ୍କ ଦକ୍ଷତା ଆକଳନ କିପରି କରି ଆହ୍ୱାନର ମୁକାବିଲା କରିବା ବିଷୟ ପଚାରିଥିଲେ । ରୋହିତ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଖେଳର ପୃଷ୍ଠଭୂମି ଓ ଖେଳର ଶୀର୍ଷ ସ୍ତରରେ ଦୀର୍ଘକାଳ ଧରି ରଖିବା ପାଇଁ ପାଇଥିବା ଉତ୍ସାହ ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ ଏହି ପ୍ରତିଭାବାନ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ଜଣେ ବ୍ୟକ୍ତି ଓ ଖେଳାଳୀଭାବେ ସେ ନିଜେ ଏକ ଉତ୍ସାହ ବୋଲି କହିଥିଲେ । ସେ ତାଙ୍କ ଅଧ୍ୟବସାୟ ଓ ସମସ୍ତ ବାଧାବିଘ୍ନର ସାମ୍ନା କରିଥିବାରୁ ଶୁଭକାମନା ଜଣାଇଥିଲେ । ବୟସ ବୃଦ୍ଧି ସହ ଖେଳାଳୀଙ୍କ ଦକ୍ଷତା ଓ ନିରବଚ୍ଛିନ୍ନ ଉତ୍ସାହ ଲକ୍ଷ୍ୟ କରିଥିଲେ। ‘ବିଜୟ ସମ୍ବର୍ଦ୍ଧନାରେ ବିଶ୍ରାମ’ ନ ନେଇ ତଥା ନିଜ ଦକ୍ଷତାକୁ ନେଇ ସନ୍ତୁଷ୍ଟ ନ ହେବା ଏକ ଖେଳାଳୀଙ୍କର ମୁଖ୍ୟ ଗୁଣ। ଜଣେ ଖେଳାଳୀ ସବୁବେଳ ଉଚ୍ଚାଭିଳାଷୀ ହୋଇ ନିଜର ସୁଦୂର ଲକ୍ଷ୍ୟ ହାସଲ ପାଇଁ ଚେଷ୍ଟିତ ହୋଇଥାଏ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

କୁସ୍ତି ଯୋଦ୍ଧା ବୀରେନ୍ଦ୍ର ସିଂ କୁସ୍ତି ତାଙ୍କ ପାରିବାରିକ ପରମ୍ପରା ମଧ୍ୟରେ ରହିଛି ବୋଲି କହିଥିଲେ। ଶ୍ରୁତିବାଧିତ ଶ୍ରେଣୀରେ ରହି ମଧ୍ୟ ସେ ପ୍ରତିଯୋଗିତା ନିମନ୍ତେ ସୁଯୋଗ ପାଇଥିବାରୁ ସନ୍ତୋଷବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୁତିବାଧିତ ଅଲିମ୍ପିକ୍ସରେ ବୀରେନ୍ଦ୍ର ୨୦୦୫ ମସିହା ଠାରୁ ନିରବଚ୍ଛିନ୍ନଭାବେ ପଦକ ବିଜୟୀ ହେଉଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଭଲ କରିବା ମନୋବଳର ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ପୁରୁଣା ଖେଳାଳୀ ତଥା କ୍ରୀଡାର ଟିକିନିଖି ଅନୁସନ୍ଧିତ୍ସୁ ଭାବେ ଧନ୍ୟବାଦ ଜଣାଇଥିଲେ। ‘ତୁମର ଇଚ୍ଛାଶକ୍ତି ସମସ୍ତଙ୍କୁ ଉତ୍ସାହିତ କରିବ । ତୁମର ନିରବଚ୍ଛିନ୍ନ ଗୁଣ ଯୋଗୁ ଯୁବକ ଯୁବତୀଙ୍କଠାରୁ କ୍ରୀଡାବିତ୍ ପର୍ଯ୍ୟନ୍ତ ଉଭୟ ପ୍ରଭାବିତ ହେବେ । ଶୀର୍ଷରେ ପହଞ୍ଚିବା କଷ୍ଟକର ଓ ତା’ ଠାରୁ ବଳି କଷ୍ଟକର ହେଲା ସେହି ସ୍ଥାନ ବଜାୟ ରଖି ଆହୁରି ଉନ୍ନତି କରିବା ପାଇଁ ଚେଷ୍ଟା କରିବ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ବନ୍ଧୁକ ଚାଳନାକାରୀ ଧନୁଷ ଓ ପ୍ରିୟେଶା ଦେଶମୁଖ, ଟେନିସ ଖେଳାଳୀ ଜାଫ୍ରିନ ଶେଖ ଏହି ଅବସରରେ ସେମାନଙ୍କ ଅନୁଭବ ବର୍ଣ୍ଣନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଜଣେ ଦିବ୍ୟାଙ୍ଗ ଆନ୍ତର୍ଜାତିକ କ୍ରୀଡା ମଂଚରେ ଉତ୍କର୍ଷ ପ୍ରତିପାଦନ କରେ, ତା’ର ସଫଳତା କ୍ରୀଡାଙ୍ଗନ ଛଡ଼ା ଅନେକ ଅନେକ ଦୂରରେ ପ୍ରତିଧ୍ୱନିତ ହୋଇଥାଏ । ଏହା ଦେଶର ସଂସ୍କୃତିକୁ ପ୍ରଦର୍ଶିତ କରିବା ସହ ସମ୍ବେଦନଶୀତାଳକୁ ମଧ୍ୟ ଦର୍ଶାଇଥାଏ । ସେଥିପାଇଁ ‘ଆପଣମାନଙ୍କ ଅବଦାନ ଯୋଗୁଁ ସୃଷ୍ଟି ହେଉଥିବା ସକରାରତ୍ମକ ଛବି, ଅନ୍ୟାନ୍ୟ କ୍ରୀଡାବିତ୍‌ଙ୍କ ତୁଳନାରେ ଯଥେଷ୍ଟ ଅଧିକ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। କଥାବାର୍ତ୍ତା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ ଯେଉଁ ବିଜେତା ଗଣ ଶ୍ରୁତିବାଧିତ ଅଲିମ୍ପିକ୍ସରେ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ସେମାନଙ୍କ ସହ କଥାବାର୍ତ୍ତାକୁ ମୁଁ କେବେ ବି ଭୂଲିପାଇବି ନାହିଁ । କ୍ରୀଡାବିତ୍‌ମାନେ ସେମାନଙ୍କ ଅଭିଜ୍ଞତା ବଖାଣିଛନ୍ତି ଓ ମୁଁ ସେମାନଙ୍କ ଉତ୍ସାହ ଓ ସଂକଳ୍ପ ଅନୁଭବ କରିଛି । ସମସ୍ତଙ୍କୁ ମୋର ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ ଆମର ବିଜେତାମାନଙ୍କ ଯୋଗୁଁ ଏଥରର ଶ୍ରୁତିବାଧିତ ଅଲିମ୍ପିକ୍‌ସ ଦେଶ ପାଇଁ ସର୍ବୋତ୍ତମ ହୋଇପାରିଛି ।

ସମ୍ବନ୍ଧିତ ଖବର