ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ କିପରି ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରକୁ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନର ବ୍ୟବହାର ଉନ୍ନତ କରିପାରିଛି ସେ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ୱେବସାଇଟ୍ narendramodi.in ର ପ୍ରବନ୍ଧ ଏବଂ ମାଇଁଗଭ୍ର ଏକ ଟୁଇଟ୍ ସୂତ୍ରକୁ ସେୟାର କରିଛନ୍ତି।
ପ୍ରଧାନମନ୍ତ୍ରୀ ଟୁଇଟ୍ରେ ଉଲ୍ଲେଖ କରିଛନ୍ତି, ‘ପ୍ରଯୁକ୍ତିବିଦ୍ୟାର ଅର୍ଥ ହେଉଛି ଅଧିକ ସ୍ୱଚ୍ଛତା। ପ୍ରଯୁକ୍ତିବିଦ୍ୟାର ଅର୍ଥ ହେଉଛି ‘ସହଜ ଜୀବନ ଯାପନ’କୁ ଆଗକୁ ନେବା। ଗତ ୮ ବର୍ଷରେ ପ୍ରଯୁକ୍ତିବିଦ୍ୟା ଅନେକ ପଦକ୍ଷେପ ଆପଣଙ୍କୁ ଖୁସି କରିବ। ଗରିବଙ୍କ ସେବା ତଥା ପ୍ରଯୁକ୍ତିବିଦ୍ୟା ବ୍ୟବହାରରେ ଭାରତ ନେତୃତ୍ୱ ନେଉଛି । ଗତ ୮ ବର୍ଷ ମଧ୍ୟରେ ଆମେ ଅର୍ଥନୀତିର ପ୍ରତ୍ୟେକ କ୍ଷେତ୍ରକୁ ସଫଳତାର ସହ ପରିବର୍ତ୍ତନ କରିଛୁ ’ ବୋଲି ସେ ଏଥିରେ ଉଲ୍ଲେଖ କରିଛନ୍ତି।