ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୮ ବର୍ଷ ମଧ୍ୟରେ ଭାରତରେ ସ୍ୱାସ୍ଥ୍ୟସେବାକୁ ମଜବୁତ କରିବା ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ବିବରଣୀ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଏ ସମ୍ପର୍କରେ ଟୁଇଟ୍ କରି କହିଛନ୍ତି, ଲୋକଙ୍କ ସୁସ୍ଥ ଜୀବନ ହେଉଛି ନୂଆ ଭାରତର ସଂକଳ୍ପ। ଆୟୁଷ୍ମାନ ଭାରତ ଠାରୁ ଜନ ଔଷଧି କେନ୍ଦ୍ର ପର୍ଯ୍ୟନ୍ତ ଏବଂ ଚିକିତ୍ସା ଭିତ୍ତିଭୂମି ଠାରୁ ଆରମ୍ଭ କରି ମାଗଣା ଟିକାକରଣ ପର୍ଯ୍ୟନ୍ତ ଦେଶ ଯେଉଁ ପଥ ବାଛିନେଇଛି ତାହା ଆଜି ସମଗ୍ର ବିଶ୍ୱ ପାଇଁ ଏକ ଉଦାହରଣ ପାଲଟିଛି। ଆଗାମୀ ବର୍ଷ ସେହିମାନଙ୍କର ହେବ ଯେଉଁମାନେ ସ୍ୱାସ୍ଥ୍ୟସେବାରେ ବିନିଯୋଗ କରିଛନ୍ତି। ଭାରତରେ ସ୍ୱାସ୍ଥ୍ୟସେବା କ୍ଷେତ୍ରକୁ ମଜବୁତ କରିବା ପାଇଁ ଆମ ସରକାର କରିଥିବା କାର୍ଯ୍ୟ ପାଇଁ ମୁଁ ଗର୍ବିତ। ସ୍ୱାସ୍ଥ୍ୟସେବା ଆମର ପ୍ରମୁଖ ଲକ୍ଷ୍ୟ କ୍ଷେତ୍ର ମଧ୍ୟରେ ରହିଛି । ଗତ ୮ ବର୍ଷ ହେଲା ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଅଭିବୃଦ୍ଧି, ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସୁଲଭ ତଥା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ସୁବିଧା ସୁନିଶ୍ଚିତ କରିବା ଏବଂ ଏହି କ୍ଷେତ୍ର ସହିତ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ବୋଲି ସେ ଟ୍ବିଟ୍ରେ ଉଲ୍ଲେଖ କରିଛନ୍ତି।
‘ସୁସ୍ଥ ଭାରତ’ର ୮ବର୍ଷର ବିବରଣୀ ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2022/06/modi-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)