ଦ୍ୱାରକାରେ ୧୦୭ଫୁଟ ରାବଣର କୁଶପୁତ୍ତଳିକା ଦାହ କଲେ ପ୍ରଧାନମନ୍ତ୍ରୀ ମୋଦୀ, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ସଂନ୍ଧ୍ୟାରେ ଦିଲ୍ଲୀର ଦ୍ୱାରକାରେ ପହଞ୍ଚି ୧୦୭ଫୁଟ ରାବଣର କୁଶପୁତ୍ତଳିକା ଦାହ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ଦିଲ୍ଲୀର ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ଵାରୀ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମ ଥର ପାଇଁ ଲାଲକିଲାର ରାମଲୀଲାକୁ ଛାଡ଼ି ଦିଲ୍ଲୀର ଦ୍ୱାରକା ସେକ୍ଟର-୧୦ରେ ହେଉଥିବା ରାମଲୀଲାରେ ସାମିଲ ହୋଇଛନ୍ତି ।

ରାବଣ ପୋଡ଼ି ପୂର୍ବରୁ ଦ୍ୱାରକାରେ ପହଞ୍ଚି ଆୟୋଜିତ କରାଯାଇଥିବା କାର୍ଯ୍ୟକ୍ରମକୁ ସମ୍ବୋନ୍ଧନ ଦେଇ ମୋଦୀଜୀ କହିଥିଲେ କି, ଭାରତ ଏକ ଉତ୍ସବର ଭୂମି । ୩୬୫ଦିନରେ ଭାରତରେ କୌଣସି ନା କୌଣସି ସ୍ଥାନରେ ବିଭିନ୍ନ ପ୍ରକାରର ପର୍ବ ପାଳନ ହୋଇଥାଏ । ଏଭଳି ଉତ୍ସବ ଆମକୁ ଯୋଡ଼ିବା ସହ ଆମ ମନରେ ନୂଆ ନୂଆ ସ୍ୱପ୍ନ ସଜାଇଥାଏ ।

ମୋଦୀଙ୍କ ଆସିବାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିଲା । ପ୍ରବେଶ ପଥରେ ମେଟାଲ ଡିଟେକ୍ଟର ଲଗାଯାଇଥିବା ନେଇ ସୂଚନା ମିଳିଥିଲା ।

ସମ୍ବନ୍ଧିତ ଖବର